ମୁମ୍ବାଇ: ଡିସେମ୍ବର ୨୭, ୧୯୬୫ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ବଲିଉଡର ଟାଇଗର ତଥା ସଲମାନ ଖାନ୍ | ସଲମାନ ଆଜି ୫୯ବର୍ଷ ବୟସରେ ପାଦ ଦେଇଛନ୍ତି। ଫିଲ୍ମ 'ବେବି ଜନ'ରେ କାମିଓ କରିବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ସଲମାନ। ଫିଲ୍ମ 'ମେନ୍ ପ୍ୟାର କିୟା' ସହିତ ହିରୋ ଭାବରେ ବଲିଉଡରେ ପ୍ରବେଶ କରିଥିବା ସଲମାନ ଖାନଙ୍କୁ ଆଜି ଇଣ୍ଡଷ୍ଟ୍ରିର ସୁପରଷ୍ଟାର କୁହାଯାଉଛି। ଅଭିନେତା ତାଙ୍କର ଦୀର୍ଘ ଦିନର କ୍ୟାରିଅରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି, ଯେଉଁଥିରେ ‘ବଜରଙ୍ଗୀ ଭାଇଜାନ’, 'ଟାଇଗର-୩', 'ୱାଣ୍ଟେଡ', 'ଦବଙ୍ଗ' ଭଳି ଫିଲ୍ମର ନାମ ଅନ୍ତର୍ଭୁକ୍ତ |
ତେବେ ଫିଲ୍ମ, ରିୟାଲିଟି ସୋ’, ବିଜ୍ଞାପନ ଓ ବ୍ୟବସାୟରୁ କୋଟି କୋଟି ଟଙ୍କା ଆୟ କରୁଥିବା ସଲମାନଙ୍କ ଘରର ବିଜୁଳି ବିଲ୍ କେତେ ଆପଣ ଜାଣନ୍ତି କି? ସଲମାନ ବାନ୍ଦ୍ରାରେ ଥିବା ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ରହନ୍ତି। ଏହି ଆପାର୍ଟମେଣ୍ଟର ମାସିକ ବିଜୁଳି ବିଲ୍ ୨୩-୨୫ଲକ୍ଷ ଟଙ୍କା ବୋଲି ଅନେକ ଜାତୀୟ ଗଣମାଧ୍ୟମ ଦାବି କରିଛନ୍ତି।
ଯଦି ଆମେ ଅଭିନେତାଙ୍କ ମୋଟ ସମ୍ପତ୍ତି କଥା କହିବା ତେବେ ସେ ମୋଟ ୨୯୦୦କୋଟି ଟଙ୍କାର ମାଲିକ ଅଟନ୍ତି | ପ୍ରତି ଫିଲ୍ମ ପାଇଁ ୧୦୦କୋଟି ପାରିଶ୍ରମିକ ନେଉଥିବା ସଲମାନ 'ବିଗ ବସ'ର ଉପସ୍ଥାପନା ପାଇଁ ୧୫କୋଟି ନିଅନ୍ତି | ଅଭିନେତାଙ୍କ ପାଖରେ ଅଡି ଏ୮ଏଲ, ଅଡି ଆରଏସ୭, ରେଞ୍ଜ ରୋଭର ଭୋଗ ଅଟୋବାଓଗ୍ରାଫି, ମର୍ସିଡିଜ୍ ବେଞ୍ଜ୍ ଜିଏଲ ୩୫୦ ସିଡିଆଇ, ମର୍ସିଡିଜ୍ ଏସ୍ କ୍ଲାସ ଏବଂ ପୋର୍ସେ କେୟେନ୍ ଟର୍ବୋ ଭଳି ବିଳାସପୂର୍ଣ୍ଣ କାର ରହିଛି | ଅଭିନୟ ବ୍ୟତୀତ ବିଭିନ୍ନ ବ୍ୟବସାୟରେ ନିବେଶ କରି ଟଙ୍କା ଆୟ କରନ୍ତି ସଲମାନ | ତାଙ୍କର ଏକ 'ସଲମାନ ଖାଲ ଫିଲ୍ମସ' ନାମରେ ପ୍ରଯୋଜନା ସଂସ୍ଥା ରହିଛି |