‘ଧମାକା’କୁ ୧୩୫ କୋଟିରେ କିଣିଲା ନେଟ୍‌ଫ୍ଲିକ୍ସ

ବଲିଉଡ୍ ଅଭିନେତା କାର୍ତ୍ତିକ୍ ଆର୍ଯ୍ୟାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଧମାକା’ର କପି-ରାଇଟ୍ସକୁ ନେଟ୍‌ଫ୍ଲିକ୍ସ କିଣିଛି। ୧୩୫ କୋଟି ଟଙ୍କାରେ କିଣିଥିବା ଏହି ଚଳଚ୍ଚିତ୍ରକୁ ନେଟ୍‌ଫ୍ଲିକ୍ସ ଆଗାମୀ ମେ’ ଅବା ଜୁନ୍‌ରେ ମୁକ୍ତିଲାଭ କରାଇବ। ରାମ ମାଧବନିଙ୍କ ନିର୍ମିତ ଏହି ଚଳଚ୍ଚିତ୍ର ଦକ୍ଷିଣ କୋରିଆର ଚଳଚ୍ଚିତ୍ର ‘ଦ ଟେରର୍ ଲାଇଭ୍’ ଉପରେ ଆଧାରିତ। କାର୍ତ୍ତିକ ଏହି ଚଳଚ୍ଚିତ୍ରରେ ହା ଜଙ୍ଗ-ଵୁ ଭୂମିକାରେ ନଜର ଆସିବେ।

କାର୍ତ୍ତିକ ଦକ୍ଷିଣକୋରିଆର ଜଣେ ଅନୁସନ୍ଧାନକାରୀ ସାମ୍ବାଦିକ ଭାବେ କିଛି ଆତଙ୍କବାଦୀଙ୍କୁ ପୁଲିସ୍ ହାତରେ ଧରାଇବା ପାଇଁ ସର୍ବଦା ଚେଷ୍ଟା ଚଳାଉଥିବା ଦେଖିବାକୁ ମିଳିବ। ଏହି ଆତଙ୍କବାଦୀମାନେ କିଛି ଲୋକଙ୍କୁ ବନ୍ଧକ ରଖି ଗିରଫ ହୋଇଥିବା ସାଥୀଙ୍କୁ ପୁଲିସ୍ ହାତରୁ ମୁକାଳାଇବା ତଥା ବିଭିନ୍ନ ସହରକୁ ଧ୍ବଂସ କରିବା ପାଇଁ ଯୋଜନା କରୁଛନ୍ତି। ଚଳଚ୍ଚିତ୍ରର ସଂଳାପ ନେଟ୍‌ଫ୍ଲିକ୍ସକୁ ପସନ୍ଦ ଆସିବା ପରେ ସେ ଏହାକୁ ଓଟିଟି ପ୍ଲାଟ୍‌ଫର୍ମରେ ସର୍ବାଧିକ ଟଙ୍କା ଦେଇ କିଣିଥିବା କୁହାଯାଉଛି। ପୂର୍ବରୁ ବରୁଣ ଧାଵନଙ୍କ ଅଭିନୀତ କୁଲି ନଂ-୧କୁ ଆମଜନ ପ୍ରାଇମ୍ ଭିଡିଓ ୯୦କୋଟି ଟଙ୍କାରେ କିଣିଥିବା ବେଳେ ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ’କୁ ଡିଜ୍‌ନି ପ୍ଲସ୍ ହଟଷ୍ଟାର୍ ୧୧୦ କୋଟିରେ କିଣିଥିଲା।

ସମ୍ବନ୍ଧିତ ଖବର