ମୁମ୍ବାଇ: ‘ଲାଲ୍ ସିଂହ ଚଢ଼ା’ ପାଇଁ ପ୍ରଥମ ପସନ୍ଦ ନଥିଲେ ଅଭିନେତ୍ରୀ କରୀନା କପୁର୍। ଚଳଚ୍ଚିତ୍ର ପାଇଁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିବା ଆମୀର ଖାନ୍ ଓ ନିର୍ଦ୍ଦେଶକ ଏକ ୨୫ ବର୍ଷୀୟା ଅଭିନେତ୍ରୀଙ୍କୁ ଖୋଜୁଥିଲେ। ମାତ୍ର ଶେଷର ପସନ୍ଦ ଆସିଲେ ୪୧ ବର୍ଷୀୟା କରୀନା କପୁର୍ ଖାନ୍। ତେବେ ଆପଣ ଭାବୁଥିବେ ଯେ ପ୍ରଥମ ପସନ୍ଦ କିଏ ଥିଲେ? ଚଳଚ୍ଚିତ୍ରର ନିଦ୍ଦେର୍ଶକ କିମ୍ବା ଆମୀର ଏ ନେଇ କୌଣସି ଖୁଲାସା କରିନଥିଲେ ବି ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଆମୀରଙ୍କ କଥାରୁ ସେହି ଅଭିନେତ୍ରୀ କିଏ ବୋଲି ଅନୁମାନ ଲଗାଇ ସାରିଲେଣି। ତେବେ ‘ଲାଲ୍ ସିଂହ ଚଢ଼ା’ ପାଇଁ ପ୍ରଥମ ପସନ୍ଦ ବିଶ୍ବ ସୁନ୍ଦରୀ ମାନୁଷୀ ଚିଲ୍ଲର୍ ଥିଲେ ବୋଲି ଚର୍ଚ୍ଚା ହେଉଛି।
ନିକଟରେ ‘କଫି ଉଇଥ୍ କରଣ’ରେ ଆମୀର ଏହି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି କି ଏକ ବିଜ୍ଞାପନରେ କରୀନାଙ୍କ ସହ ଅନ୍ୟ ଜଣେ ଅଭିନେତ୍ରୀ ପରଦାରେ ଦିଶୁଥିଲେ। ମୁଁ ଓ ନିର୍ଦ୍ଦେଶକ ସେହି ବିଜ୍ଞାପନ ଦେଖି ଅନ୍ୟ ମଡେଲ୍ ଜଣଙ୍କୁ ଆମ ଚଳଚ୍ଚିତ୍ରର ‘ରୁପା’ ଚରିତ୍ର ପାଇଁ ଭାବିଥିଲୁ। ମାତ୍ର ଗୋଟାଏ ସମୟରେ ମୋତେ ଲାଗିଲା କରୀନା ହିଁ ଉଚିତ ହେବେ ଉକ୍ତ ଚରିତ୍ର ପାଇଁ। ଠିକ୍ ସମୟରେ ଏକାସାଥୀରେ ଆମେ କରୀନାଙ୍କ ନାଁ ନେଇଥିଲୁ।
ତେବେ ସୋସିଅାଲ୍ ମିଡିଆ ବ୍ୟବହାରକାରୀମାନେ ଏବେ ସେହି ଭିଡିଓକୁ ଖୋଜି ପାଇଛନ୍ତି। ଯେଉଁ ଭିଡିଓରେ କରୀନାଙ୍କ ସହ ମାନୁଷୀ ଦେଖିବାକୁ ମିଳିଥିଲେ। ଏକ ଅଳଙ୍କାର ବିଜ୍ଞାପନରେ ନଜର ଆସିଥିଲେ ଉଭୟ କରୀନା ଓ ମାନୁଷୀ। ଯାହାକୁ ନେଇ ଆମୀର ଯେ ମାନୁଷୀଙ୍କ କଥା କହୁଥିଲେ ତାହା ଏକ ରକମର ସ୍ପଷ୍ଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/aamir-khan-hints-at-manushi-chillar-being-the-first-choice-fir-laal-singh-chaddha-not-kareena-kapoor-khan-001.jpg)