ଏଭଳି ପରିସ୍ଥିତିରେ ଅନୁଷ୍କା ସ୍ୱାମୀ ବିରାଟଙ୍କର କୌଣସି କଥା ଶୁଣନ୍ତି ନାହିଁ

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ରିଲିଜ ଅପେକ୍ଷାରେ ଥିବା ‘ଜିରୋ’ର ପ୍ରମୋସନ୍‌ରେ ଲାଗି ପଡ଼ିଛନ୍ତି। ନିକଟରେ ଅନୁଷ୍କାଙ୍କ ସହିତ ହୋଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ, ସିନେମା କିମ୍ବା ସିନେମାର କୌଣସି କାହାଣୀକୁ ଯଦି ଚୟନ କରିବା ତାହା ସେହି ସମୟରେ ସେ ଆଦୌ ନିଜ ସ୍ୱାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହାଲିଙ୍କ କୌଣସି ପରାମର୍ଶ ନିଅନ୍ତି ନାହିଁକି ତାଙ୍କର କୌଣସି କଥା ଶୁଣନ୍ତି ନାହିଁ। ସେ କିନ୍ତୁ କ୍ରିକେଟ ସହିତ ଜଡ଼ିତ କିଛି ପରାମର୍ଶ ବିରାଟଙ୍କୁ ଦେଇଥାଆନ୍ତି।

ରିଲିଜ ଅପେକ୍ଷାରେ ଥିବା ‘ଜିରୋ’ ସିନେମାକୁ ନେଇ ଅନୁଷ୍କା କହନ୍ତି, ପରଫେକଟ୍‌ ସଟ୍‌ ପାଇଁ ମୁଁ ବାରମ୍ବାର ଟେକ୍‌ ନେଇଥାଏ। ସବୁ ସିନେମା ଭଳି ଏହି ସିନେମାରେ ବି ମୋର ଚରିତ୍ରକୁ ପରଦାରେ ଜୀବନ୍ତ କରି ପ୍ରତିଫଳିତ କରିବା ପାଇଁ ଚେଷ୍ଟା କରିଛି। ଜିରୋ ସିନେମାରେ ମୋର ଯେଉଁ ଚରିତ୍ର ରହିଛି ତାହାକୁ ନିଭାଇବା ପାଇଁ ମୋତେ ବହୁ ସଂଘର୍ଷ କରିବାକୁ ପଡ଼ିଛି। ମୋର ଚରିତ୍ର ତଥା ସେରବ୍ରୋଲ ପାଲଜିକୁ ବୁଝିବା ପାଇଁ ତିନିମାସ ଲାଗି ଯାଇଛି। ଗୋଟିଏ ପରେ ଗୋଟିଏ ଏଭଳି ଭୂମିକାରେ ଅଭିନୟ କରିବାର ସୁଯୋଗ ପାଉଥିବାରୁ ମୁଁ ନିଜକୁ ନେଇ ଗର୍ବ ଅନୁଭବ କରୁଛି।

ସମ୍ବନ୍ଧିତ ଖବର