ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକ ଏବଂ ପଞ୍ଜାବୀ ଗାୟକ-ରାଜନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପଛରେ ଥିବା ମାଷ୍ଟରମାଇଣ୍ଡ ଲରେନ୍ସ ବିଷ୍ଣୋଇ ଏବେ ଜେଲରେ । ଜଣେ ଛାତ୍ର ନେତାଙ୍କ ସହ ଝଗଡ଼ା ହେବା ପରେ ପ୍ରାୟ ୧୩ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ଚଣ୍ଡିଗଡ଼ରେ କିଛି ଗାଡିରେ ନିଆଁ ଲଗାଇ ଦେଇଥିଲା ଲରେନ୍ସ। ଏହ ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ପ୍ରଥମ ଥର ପାଇଁ ଲରେନ୍ସ ଗିରଫ ହୋଇଥିଲା। ତାଙ୍କୁ ସେ ସମୟରେ ଗିରଫ କରିଥିବା ପୁଲିସକର୍ମୀ ଏବେ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ସେତେବେଳେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଛାତ୍ର ରାଜନୀତିରେ ଜଡିତ ଥିବା ଲରେନ୍ସ ଦିନକ ପାଇଁ ପୁଲିସ ହେପାଜତରେ ଥିଲେ ବୋଲି ଚଣ୍ଡିଗଡ଼ର ପୂର୍ବତନ ଇନ୍ସପେକ୍ଟର ଅମନଜୋତ ସିଂ ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି। ସେ କହିଛନ୍ତି ଯେ, "ପଞ୍ଜାବର ଜଣେ ପୁଲିସ କନଷ୍ଟେବଳଙ୍କ ପୁଅ ହୋଇ ସେ ମାତ୍ର ୧୮ବର୍ଷ ବୟସରେ ଚଣ୍ଡିଗଡ଼ର ସେକ୍ଟର ୧୧ ବାହାରେ ପାର୍କ ହୋଇଥିବା ଗାଡିରେ ନିଆଁ ଲଗାଇ ଦେଇଥିଲେ। ସେତେବେଳେ ଲରେନ୍ସ ବହୁତ ସରଳ ଥିଲେ। ପୁଲିସକୁ ସାର୍ ବା ମଉସା ଡାକୁଥିଲେ। ସେତେବେଳେ ତାଙ୍କ ଦଳ ତାଙ୍କୁ ଯାହା କହୁଥିଲା ସେ ତାହା କରୁଥିଲେ। ପ୍ରଥମ ଥର ତାଙ୍କୁ ଗିରଫ କରିବା ବେଳେ ଭାବିନଥିଲେ ଯେ, ସେ ଆଗକୁ ଯାଇ ଏତେ ବଡ଼ ଗ୍ୟାଙ୍ଗଷ୍ଟର ହେବେ । ପ୍ରଥମ ଘଟଣା ପରେ ଲଗାତାର ସେ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ହେବାକୁ ଲାଗିଲେ। ଷଷ୍ଠ ଥର ତାଙ୍କୁ ଗିରଫ କରିବା ବେଳେ ସେ ମୋତେ କହିଥିଲେ ୭-୮ଟା ରାଜ୍ୟର ପୁଲିସ ତାଙ୍କୁ ଖୋଜିବେ।"
ତେବେ ପୂର୍ବରୁ ବିଭିନ୍ନ ଛୋଟ ଛୋଟ ଘଟଣାକୁ ନେଇ ବିବାଦରେ ଥିବା ଲରେନ୍ସ ୨୦୧୮ରେ ଚର୍ଚ୍ଚିତ ହୋଇଥିଲା। କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡର ଦବଙ୍ଗ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇ ସେ ଚର୍ଚ୍ଚାକୁ ଆସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/13/9vhQdqQkrev06JS0l4Fs.jpg)