ରିଲିଜ୍‌ ହେଲା ରତିକାନ୍ତ ଶତପଥୀଙ୍କ ନୂଆ ଭିଡିଓ ଆଲବମ୍‌‘ ମଥାନେ ଡାକିଲା କାଉ…’

ଭୁବନେଶ୍ୱର: ଭାଲେଣ୍ଟାଇନସ ଡେ ଅବସରରେ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ରତିକାନ୍ତ ଶତପଥୀଙ୍କ ପରିକଳ୍ପନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ଏକ ରୋମାଣ୍ଟିକ୍‌ ଭିଡିଓ ଆଲବମ୍‌ ରିଲିଜ୍‌ ହୋଇଛି। ‘ମଥାନେ ଡାକିଲା କାଉ, ରାତି ପାହୁ ପାହୁ…’ ଶୀର୍ଷକ ଏହି ମ୍ୟୁଜିକ୍‌ ଆଲବମ୍‌ରେ ଶ୍ରୀ ଶତପଥୀ ନିଜେ କଣ୍ଠଦାନ କରିଥିବା ବେଳେ ଭିଡିଓଟି ଅଙ୍କିିତା ମହାପାତ୍ର ଓ ଅଭିଷେକ ଗିରିଙ୍କ ଉପରେ ଏହାର ପିକ୍ଚରାଇଜେସନ୍‌ ହୋଇଛିି।

ଏହାର ସିନେମାଟୋଗ୍ରାଫି ଦାୟିତ୍ୱ ସୁଜିତାଭ ନାରାୟଣ ମହାପାତ୍ର ତୁଲାଇଥିବା ବେଳେ ଜ୍ୟୋତିଶଙ୍କର ସିଂହ ଏହାର ଭିଜୁଆଲ ଡାଇରେକ୍ଟର ଅଛନ୍ତି। ଏହି ଆଲବମ୍‌ର ମ୍ୟୁଜିକ ଆରେଞ୍ଜର ଅଛନ୍ତି ନିତ୍ୟ ଶ୍ରୀରଞ୍ଜନ (ବାବୁ )। ୫ ମିନିଟ୍‌ ୪୩ ସେକେଣ୍ଡର ଏହି ଆଲବମ୍‌ରେ ଜଣେ ସହରୀ ଝିଅ ଗ୍ରାମାଞ୍ଚଳର ନିଆରା ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପଲ୍ଲୀକୁ ଆସଥିିବା ବେଳେ ଜଣେ ସରଳ ଗ୍ରାମ୍ୟ ଯୁବକ ତାଙ୍କୁ ନିଜର ଭାଲେଣ୍ଟାଇନ୍‌ ଭାବି ସ୍ୱପ୍ନ ଦେଖିବାର ନିଆରା କାହାଣୀ ଉପରେ ଏହି ଭିଡିଓ ଆଲବମ୍‌ଟି ପର୍ଯ୍ୟବସିତ।ଏହା ଦର୍ଶକ ଓ ଶ୍ରୋତାଙ୍କ ମନକୁ ବେଶି ମୋହି ପାରିବ ବୋଲି ସଙ୍ଗୀତ ନିର୍ଦ୍ଦେଶକ ରତିକାନ୍ତ ଶତପଥୀ ଆଶାବ୍ୟକ୍ତ କରିଛନ୍ତି।

ଏହି ଆଲବମ୍‌ଟି ଦେଖିବାକୁ ଚାହୁଥିଲେ କ୍ଲିକ୍‌ କରନ୍ତୁ….

ସମ୍ବନ୍ଧିତ ଖବର