ଓଡ଼ିଶାର ପ୍ରସିଦ୍ଧ ଘୋଡ଼ାନାଚ ଉପରେ ଆଧାରିତ ନୂଆ ବେଙ୍ଗଲୀ ଗୀତକୁ ୨୪ ଘଣ୍ଟାରେ ଦେଖିଲେ ୭ ଲକ୍ଷ ପ୍ରଶଂସକ

ଅକ୍ଷୟ ପରିଜା ପ୍ରଡକ୍ସନ୍‌ସର ନୂଆ ବଙ୍ଗଳା ଗୀତକୁ ୨୪ ଘଣ୍ଟା ଭିତରେ ୪ ଲକ୍ଷରୁ ଅଧିକ ଦର୍ଶକ ଦେଖିଲେ। କାଶତଣ୍ଡି ଫୁଲ ଦେଖିବାକୁ କାହାକୁ କେମିତି ଲାଗିପାରେ, କିନ୍ତୁ ଏହି ଫୁଲ ସୂଚନା ଦିଏ ଯେ ମା’ଦୁର୍ଗାଙ୍କ ଧରାପୃଷ୍ଠକୁ ଆସିବାର ସମୟ। କାଶତଣ୍ଡୀ ଫୁଲ ପୂଜା ମଉଜର ନିଶ୍ଚିତ ସଂକେତ। ଏହି ପୂଜା ଉତ୍ସବକୁ ଆଖିରେ ରଖି ପ୍ରଡକ୍ସନ୍‌ ହାଉସ୍‌ ଭେଟି ଦେଇଛି ଏକ ବେଙ୍ଗଲୀ ଗୀତ ‘କାଶ ଫୁଲ ହାୱା ଯେ ସୁରୁ’। ଗୀତଟିର ସ୍ବର ଓଡ଼ିଶାର ପ୍ରସିଦ୍ଧ ଘୋଡ଼ାନାଚ ଉପରେ ଆଧାରିତ।

ଘୋଡ଼ାନାଚ ଓଡ଼ିଶାର ଏକ ପ୍ରାଚୀନ ନୃତ୍ୟକଳା ଯାହାକୁ ଅକ୍ଷୟ ପରିଜା ପ୍ରଡକ୍ସନ୍‌ ବେଶ୍ ସୁନ୍ଦର ଭାବରେ ଏହି ଗୀତଦୃଶ୍ୟରେ ପ୍ରତିଫଳିତ କରିଛି। ଏହି ଗୀତଟିକୁ ଲେଖିଛନ୍ତି ପେଲେ ଭଟ୍ଟାଚାର୍ଯ୍ୟ ଏବଂ ସ୍ବର ସଂଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ। କଣ୍ଠଦାନ କରିଛନ୍ତି ଇମାନ ଓ ସୁରଜିତ। ମହମ୍ମଦ କାଲାମ ଏହାର ଅଭିନୟ ନିର୍ଦେଶନା ଦେଇଛନ୍ତି। ଗୀତଟି ୟୁଟ୍ୟୁବ୍‌ରେ ପୋଷ୍ଟ ‌ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ୭ ଲକ୍ଷରୁ ଅଧିକ ଦର୍ଶକ ଏହାକୁ ଦେଖି ପ୍ରଶଂସା କରିଛନ୍ତି। ବେଙ୍ଗଲୀ ସିନେମା ଇଣ୍ଡଷ୍ଟ୍ରିର ସୁପର୍‌ହିରୋ ଓମ୍ ଏବଂ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଅପ୍‌କମିଙ୍ଗ୍‌ ଷ୍ଟାର୍‌ ଲିଜା ଏଇ ଗୀତଦୃଶ୍ୟରେ ଅଭିନୟ କରିଛନ୍ତି। ପୂର୍ବରୁ ବେଙ୍ଗଲୀ ଫିଲ୍ମ ‘ଗୋତ୍ର’ରେ ମଧ୍ୟ ପ୍ରଯୋଜକ ଅକ୍ଷୟ ପରିଜା ‘ରଙ୍ଗବତୀ’ ଗୀତଟିକୁ ସ୍ଥାନିତ କରିଥିଲେ। ଏହାକୁ ୨୦୦ ମିଲିଅନ୍‌ରୁ ଅଧିକ ଲୋକ ଦେଖିଥିଲେ।

ସମ୍ବନ୍ଧିତ ଖବର