‘ବାହୁବଳୀ’ ଫିଲ୍ମର ପ୍ରଭାବ ଏ ପର୍ଯ୍ୟନ୍ତ ସିନେପ୍ରେମୀଙ୍କ ମନମସ୍ତିଷ୍କରୁ ଯାଇ ନ ଥିଲାବେଳେ,ପୁଣିଥରେ ଏହି ଧରଣର ଆଉ ଏକ
ଭୋଜପୁରୀ ଫିଲ୍ମ ‘ମହାବଳୀ’ପରଦାକୁ ଆସିବାର ପ୍ରତୀକ୍ଷାରେ ରହିଛି।ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଇକ୍ବାଲ୍ ବକ୍ସ । ତେବେ ଫିଲ୍ମ ‘ମହାବଳୀ’ଯେପରି ଦର୍ଶକଙ୍କ ହୃଦୟକୁ ଜିତିବ ସେ ନେଇ ମଧ୍ୟ ପ୍ରସ୍ତୁତି ଜୋରସୋର୍ରେ ଚାଲୁଛି। ଦକ୍ଷିଣ ଭାରତୀୟ ଫିଲ୍ମ ‘ବାହୁବଲୀ’ ବ୍ୟାବସାୟିକ ସଫଳତାର ସର୍ବୋଚ୍ଚ ରେକର୍ଡ଼କୁ ଭାଙ୍ଗିବା ପରେ,ଏବେ ଏହାକୁ ଟକ୍କର ଦେବାକୁ ଭୋଜପୁରି ଫିଲ୍ମ ଇଣ୍ଡଷ୍ଟ୍ରି ତାହାର ଏହି ଫିଲ୍ମ ‘ମହାବଳୀ’ର ପ୍ରସ୍ତୁତି କରିଛି ବୋଲି ଶୁଣିବାକୁ ମିଳିଛି।
First look of #VeerYoddhaMahabali... Stars Dinesh Lal Yadav
... Being made in five languages: Hindi, Bhojpuri, Bengali, Tamil, Telugu... Directed by Iqbal Baksh... Produced by M Ramesh Vyas. pic.twitter.com/BaMF7Tk787 — taran adarsh (@taran_adarsh) February 11, 2018
ସୂଚନା ଅନୁସାରେ ନିକଟରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର୍ ରିଲିଜ୍ ହୋଇଥିବା ସହିତ ‘ବାହୁବଳୀ’ଭଳି ଏହାକୁ ମଧ୍ୟ ୫ଟି ଭାଷାରେ ନିର୍ମାଣ କରାଯିବା ଯୋଜନା ରହିଛି । ଯେଉଁଥିରେ କି ଭୋଜପୁରୀ ସିନେମା ଜଗତର ଜଣାଶୁଣା ଅଭିନେତା ଦିନେଶ ଲାଲ ଯାଦବ ମୁଖ୍ୟଭୂମିକାରେ ଅଭିନୟ କରୁଛନ୍ତି ବୋଲି ଟ୍ରେଡ଼୍ ଆନାଲିଷ୍ଟ୍ ତରଣ ଆଦର୍ଶ ଏ ନେଇ ତାଙ୍କର ଟ୍ଵିଟର ଆକାଂଉଣ୍ଟ୍ ଜରିଆରେ ସେଆର୍ କରିଛନ୍ତି। ଏଥିସହିତ ଏହି ଫିଲ୍ମର ସଂପୂର୍ଣ୍ଣ ନାମ ‘ବୀର୍ ଯୋଦ୍ଧା ମହାବଳୀ’ରଖାଯାଇଛି ବୋଲି ସେ ଟୁଇଟରେ ଦର୍ଶାିଛନ୍ତି । ତେବେ ‘ବାହୁବଳୀ’ ଭଳି ଏହି ଫିଲ୍ମକୁ ଭୋଜପୁରୀ ଏବଂ ହିନ୍ଦୀ ଭାଷା ସହିତ ବଙ୍ଗାଳା,ତାମିଲ୍ ଏବଂ ତେଲୁଗୁ ଭାଷାରେ ମଧ୍ୟ ରିଲିଜ୍ କରାଯିବ ବୋଲି ସୂଚନା ମିଳିଛି।