ପ୍ରଯୋଜକ-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମା ‘ପ୍ରତୀକ୍ଷା’, ଡିସେମ୍ବରରେ ପ୍ରେକ୍ଷାଳୟକୁ ଆସିବ

ଭୁବନେଶ୍ବର: ଓଲିଉଡର ଜଣାଶୁଣା ପ୍ରଯୋଜକ-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ‘ପ୍ରତୀକ୍ଷା’ ଶୀର୍ଷକରେ ନୂଆ ଓଡ଼ିଆ ଛବିର ନିର୍ମାଣ କରୁଛନ୍ତି। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ଏହି ସିନେମାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି।

ଅମୀୟ ପଟ୍ଟନାୟକ ପ୍ରଡକସନ ନିବେଦିତ ‘ପ୍ରତୀକ୍ଷା’ର ମୁଖ୍ୟ କଳାକାରମାନେ ହେଲେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର। ଅଙ୍କେଶ-ଆଶିଷ ଏହି ଫିଲ୍ମର ସଙ୍ଗୀତ  ନିର୍ଦ୍ଦେଶନା ଦେଇଥିବା ବେଳେ ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଂଜନ ସାହୁ ଗୀତ ରଚନା କରିଛନ୍ତି । ଫିଲ୍ମର ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଆଶିଷ ପ୍ରଧାନ, ହ୍ୟୁମାନ ସାଗର, ବିଶ୍ବଜିତ ମହାପାତ୍ର ଓ ବିଭାସ ରଥ। ଦୀପକ କୁମାର ‘ପ୍ରତୀକ୍ଷା’ର ସିନେମାଟୋଗ୍ରାଫି ଦାୟିତ୍ବ ସମ୍ଭାଳି ଛନ୍ତି । ଦେବେନ ମିଶ୍ର ସଂପାଦନା ଦାୟିତ୍ବ ନିର୍ବାହ କରିଛନ୍ତି।

‘ପ୍ରତୀକ୍ଷା’ ଆଗାମୀ ଡିସେମ୍ବର ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜକ-ନିର୍ଦେଶକ ଅନୁପମ ପଟ୍ଟନାୟକ ସୂଚନା ଦେଇଛନ୍ତି।

ପୁର୍ବରୁ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା‌ ପାଇଁ ୱେସିରିଜ୍  ‘ଗ୍ୟାଙ୍ଗ୍‌ସ ଅଫ୍ ପୁରୀ’ ନିର୍ମାଣ କରି ବେଶ୍ ଲୋକପ୍ରିୟତା ଅନୁପମ୍ ପଟ୍ଟନାୟକ  ‘ଗ୍ୟାଙ୍ଗ୍‌ସ ଅଫ୍ ବ୍ରହ୍ମପୁର’ ଶୀର୍ଷକରେ ପୁଣି ଏକ ୱେବସିରିଜ୍ ନିର୍ମାଣ କରୁଛନ୍ତି। ଏ ସଂପର୍କରେ ନିର୍ଦ୍ଦେଶକ ଅନୁପମ୍ କହନ୍ତି, ‘ଆମେ ‘ଗ୍ୟାଙ୍ଗ୍‌ସ ଅଫ୍ ପୁରୀ’ର ଦର୍ଶକଙ୍କ ଆଦୃତିରେ ଅତ୍ୟନ୍ତ ଖୁସି। ଏହାପରେ ‘ଗ୍ୟାଙ୍ଗ୍‌ସ ଅଫ୍‌ ବ୍ରହ୍ମପୁର’ ଆମର ଆଉ ଏକ ପ୍ରୟାସ । ଏହି ନୂଆ ସିରିଜ୍‌କୁ ଅଧିକ ଉଚ୍ଚମାନରେ  ପ୍ରସ୍ତୁତ କରିବୁ ଏବଂ ସାରା ବିଶ୍ବରେ ରହୁଥିବା ଓଡ଼ିଆ ଦର୍ଶକ ଏହି ବ୍ୟୟ ବହୁଳ ସରିଜ୍‌କୁ ଉପଭୋଗ କରିବେ।

ସମ୍ବନ୍ଧିତ ଖବର