ଆପଣ ଜାଣନ୍ତି, ବର୍ତ୍ତମାନ ଟାଇଗର୍ ଶ୍ରଫ୍ଙ୍କ ନୂଆ ଫିଲ୍ମ ‘ବାଗୀ ୨’ର ସୁଟିଂ ଚାଲିଛି। ଏ ଫିଲ୍ମର ସୁଟିଂ ଆରମ୍ଭ ହେବା ଦିନଠାରୁ ଟାଇଗର୍ଙ୍କୁ ଲୋକେ ସବୁବେଳେ ଗୋଟିଏ ଟୋପି ପିନ୍ଧୁଥିବାର ଦେଖୁଥିଲେ। କେହି ତା’ର ରହସ୍ୟ ଜାଣି ପାରୁ ନ ଥିଲେ। ଏବେ କିନ୍ତୁ ତାହା ଜଣା ପଡ଼ି ଯାଇଛି। ‘ବାଗୀ ୨’ରେ ଟାଇଗର୍ ନିଜର କେଶକୁ ଅତି ଛୋଟ ଛୋଟ କରି ଦେଇଛନ୍ତି। ସେଇ ନୂଆ ଷ୍ଟାଇଲ୍କୁ ଗୋପନ ରଖିବାଲାଗି ସେ ଟୋପି ପିନ୍ଧୁଛନ୍ତି।
ତେବେ କୌଣସିମତେ ସେ ନୂଆଲୁକ୍ ସୋସିଆଲ୍ ମିଡିଆରେ ରିଲିଜ୍ ହେବାପରେ ଭାଇରାଲ୍ ହୋଇ ଯାଇଛି। ଏବେ ଟାଇଗର୍ଙ୍କର ଅନେକ ପ୍ରଶଂସକ ସେହି ଷ୍ଟାଇଲ୍ରେ କେଶ କାଟୁଥିବାର ଦେଖିବାକୁ ମିଳୁଛି। ଇଏ ‘ବାଗୀ ୨’ ପାଇଁ ଗୋଟେ ଶୁଭ ଖବର ବୋଲି ମନେ କରାଯିବ।
‘ବାଗୀ ୨’ରେ ଟାଇଗର୍ଙ୍କର ନାୟିକା ଅଛନ୍ତି ଦିଶା ପଟାନି। ଆହୁରି ଅଛନ୍ତି ମନୋଜ ବାଜପାୟୀ ଓ ପ୍ରତୀକ ବାବର୍ ପ୍ରମୁଖ। ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ୍ ମାସରେ ରିଲିଜ୍ ହେବ। ଉଲ୍ଲେଖନୀୟ ଯେ ଏହାର ପ୍ରଥମ ଭାଗ ‘ବାଗୀ’ ରିଲିଜ୍ ହୋଇଥିଲା ୨୦୧୫ ମସିହାରେ। ସେଥିରେ ଟାଇଗର୍ଙ୍କ ନାୟିକା ସାଜିଥିଲେ ଶ୍ରଦ୍ଧା କପୁର୍।
ଟାଇଗର୍ଙ୍କ ନୂଆ ହେୟାର୍ଷ୍ଟାଇଲ୍ର କ୍ରେଜ୍
/sambad/media/post_attachments/wp-content/uploads/2017/11/croppedImg_1511069067.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)