‘ମଞ୍ଜରୀ’ରେ ନୂଆ ମେଗା ଧାରାବାହିକ ‘ବୋହୂ ଆମର ଏନ୍. ଆର. ଆଇ’

ଭୁବନେଶ୍ବର:  ଜୁନ ୨୯ତାରିଖରୁ ମଞ୍ଜରୀରେ ପ୍ରସାରିତ ହେଉଛି ନୂଆ ଧାରାବାହିକ ‘ବୋହୂ ଆମର ଏନ୍. ଆର୍. ଆଇ’ । ପିଲାଟି ଦିନରୁ ବିଦେଶରୁ ବଢିଥିବା ଓଡ଼ିଆ ଝିଅଟିଏ  ଫେସବୁକ ଜରିଆରେ ଭଲ ପାଇ ବସେ ଗୋଟିଏ ଓଡ଼ିଆ ପୁଅକୁ । ତାକୁ ଲାଗେ ଯେ ସେ ଓଡ଼ିଶାରେ ପହଂଚି ଚମକାଇ ଦେବ ତା’ର ସ୍ୱପ୍ନ ନାୟକକୁ । ହେଲେ ଯେତେବେଳେ ସେ ଏଠି ପହଞ୍ଚେ ତାକୁ ଚମକାଇ ଦିଏ ନିଷ୍ଠୁର ବାସ୍ତବତା । ସେ ଯେମିତି ଯାହା ସବୁ ଭାବି ଓଡ଼ିଶା ଆସିଥିଲା, ଦେଖେ ସବୁ ଏଠି ଓଲଟପାଲଟ ହୋଇଯାଇଛି । ତା’ର ସ୍ୱପ୍ନ ଭାଙ୍ଗିଯାଏ । ତା’ପରେ କେମିତି ସିଏ ସଜାଡି ନିଏ ତା’ର ଜୀବନକୁ ଏହାକୁ ନେଇ କାହାଣୀଟି ଗତିଶୀଳ ହୁଏ ।

ପ୍ରଥମ ଓଡ଼ିଆ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ରେ ସନ୍ଧ୍ୟା ୭ଟା ୩୦ରେ ପ୍ରତି ସୋମବାରରୁ ଶୁକ୍ରବାର ପ୍ରସାରିତ ହେବାକୁ ଥିବା ଏହି ଧାରାବାହିକର ବିଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ ଇପସିତା, ସୁଜିତ୍, ଅଶ୍ରୁମୋଚନ, ଜୟ, ମୁନ୍ମୁନ୍, ତୃପ୍ତି ସିହ୍ନା, ବିଜିତ୍, କୁଇନ୍ ଓ ଅନ୍ୟମାନଙ୍କୁ। ଏହି ଧାରାବାହିକଟିକୁ ‘ମଞ୍ଜରୀ’ ପାଇଁ ପ୍ରସ୍ତୁତ କରୁଛନ୍ତି ସାଇଶ୍ରଦ୍ଧା ଟେଲି ପ୍ରଡକ୍ସନ । ‘ମଞ୍ଜରୀ’ ଏବେ ଓଡ଼ିଶାର ସମସ୍ତ କେବୁଲ ନେଟୱର୍କ ତଥା ଏୟାରଟେଲ, ଡିସଟିଭି, ଟାଟାସ୍କାଏ, ଡିଟୁଏଚ୍, ସନ୍ ଡାଇରେକ୍ଟ ଭଳି ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ଧାରାବାହିକ ‘ମୋ ଦେହେ ବୋଳିଦେ ତୋ ଦେହ କଳା’ ପରି ଏଇ ନୂଆ ଧାରାବାହିକଟି ମଧ୍ୟ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ‘ମଞ୍ଜରୀ’ ପକ୍ଷରୁ ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର