ନୂଆ ଚଳଚ୍ଚିତ୍ର ‘ଭାଇ’

ପୂର୍ବରୁ ‘ତାଣ୍ଡବ’ ଏବଂ ଚଳିତବର୍ଷ ‘ଗୁପ୍‌ଚୁପ୍‌’ର ନିର୍ଦ୍ଦେଶନା ଦେଇଥିବା ପୃଥ୍ବୀରାଜ। ପଟ୍ଟନାୟକ ନିର୍ମାଣ କରୁଛନ୍ତି ନୂଆ ଚଳଚ୍ଚିତ୍ର ‘ଭାଇ’। ପ୍ରଯୋଜନା କରୁଛନ୍ତି ‘ଆମର ମ୍ୟୁଜିକ୍’ ଓ ‘ୱେଡ୍‌ନାଇନ୍ ଏଣ୍ଟର୍‌ଟେନ୍‌ମେଣ୍ଟ’। ଏହାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଉଛନ୍ତି ପୃଥ୍ବୀରାଜ। ସଂଳାପ ଲେଖିଛନ୍ତି ରବିନାରାୟଣ ଦାସ, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ଓ ରଞ୍ଜନ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନବ ଓ ସରୋଜ। କିଛିଦିନ ତଳେ ଏହାର ପୋଷ୍ଟର ଏବଂ ଫାଷ୍ଟ୍‌ ଲୁକ୍ ରିଲିଜ୍ ହୋଇଛି।

ଏଥିରେ ପ୍ରମୁଖ ଭୂମିକାରେ ଅମ୍ଳାନ, ସୁଜିତ, ଦିବ୍ୟା ଓ ଅନନ୍ୟା ଥିବାବେଳେ ଖଳନାୟକ ଚରିତ୍ରରେ ଅବତୀର୍ଣ୍ଣ ହେଇଛନ୍ତି ବିକାଶ। ଓଡ଼ିଶା, ମନାଲି ଏବଂ ଲଦାଖ୍‌ ଆଦି ମନୋରମ ଅଞ୍ଚଳରେ ଏହି ଚଳଚ୍ଚିତ୍ରର ସୁଟିଂ ହେଉଛି ବୋଲି ସିନେମାର କ୍ରିଏଟିଭ୍‌ ହେଡ୍ ପ୍ରଣୟ ଜେଠୀ କହିଛନ୍ତି।

ସମ୍ବନ୍ଧିତ ଖବର