ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ପଞ୍ଚୋଟି ଭାଷାରେ ନିର୍ମିତ ନୂଆ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ଆଲିଆ ଭଟ୍ଟ, ରଣବୀର କପୁର ଓ ଅୟାନ୍ ମୁଖାର୍ଜୀଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର: ଭାଗ ଏକ- ଶିବ’ର ଏକ ଟିଜର୍ ପ୍ରଯୋଜନା ସଂସ୍ଥା ତରଫରୁ ଲୋକାର୍ପିତ ହୋଇଛି। ‘ବ୍ରହ୍ମାସ୍ତ୍ର’ର ଟିମ୍ ଚଳିତ ମାସ ବାରାଣସୀଠାରେ ଉକ୍ତ ଚଳଚ୍ଚିତ୍ରର ଶେଷ ଭାଗର ସୁଟିଂ ପାଇଁ ଏକାଠି ହେଇଥିଲେ। ଏଠାରେ ଗଙ୍ଗା ନଦୀ ଘାଟରେ ଏକ ଗୀତଦୃଶ୍ୟର ସୁଟିଂ ହେଇଥିଲା। ଚଳଚ୍ଚିତ୍ରର ସୁଟିଂ ଶେଷ ହେବା ପରେ ସୋସିଆଲ୍ ମିଡିଆରେ ଏହାର ଶେଷ ଦୃଶ୍ୟର ଦୁଇଟି ଫଟୋ ପୋଷ୍ଟ କରାଯାଇଛି।

ଏହି ଫଟୋରେ ଆଲିଆ, ରଣବୀର ଓ ଅୟାନ୍ ସାଦା ପୋଷାକରେ ଏକ ମନ୍ଦିର ପରିଦର୍ଶନ କରିଛନ୍ତି। ଆଉ ଏକ ଫଟୋରେ ଦେଖିବାକୁ ମିଳିଛି ସେମାନେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ବସି ନଦୀର ଆରପାଖ ଘାଟ ଆଡ଼କୁ ଯାଉଛନ୍ତି। ଅୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ରଣବୀରଙ୍କ ପାଇଁ ଏହା ହେଉଛି ତୃତୀୟ ସିନେମା ଏବଂ ରଣବୀର ଓ ଆଲିଆଙ୍କ ପାଇଁ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର।

ଚଳିତ ବର୍ଷ ସେପ୍‌ଟେମ୍ବର ୯ ତାରିଖରେ ଏହା ମୁକ୍ତିଲାଭ କରିବାକୁ ଧାର୍ଯ୍ୟ କରାଯାଇଛି। ଫକ୍ସ ଷ୍ଟାର୍ ଷ୍ଟୁଡିଓଜ୍, ଧର୍ମା ପ୍ରଡକ୍ସନ୍‌ସ, ପ୍ରାଇମ୍ ଫୋକସ୍ ଓ ଷ୍ଟାର୍‌ଲାଇଟ୍‌ର ମିଳିତ ସହଯୋଗରେ ନିର୍ମାଣ ହେଇଥିବା ଏଇ ଫିଲ୍ମଟିକୁ ହିନ୍ଦୀ, ତାମିଲ, ତେଲୁଗୁ, ମାଲୟାଲମ୍ ଓ କନ୍ନଡ଼ ଭାଷାରେ ଦର୍ଶକ ଦେଖିବାକୁ ପାଇବେ। ଏଥିରେ ଅମିତାଭ ବଚ୍ଚନ, ମୌନୀ ରାୟ ଏବଂ ନାଗାର୍ଜୁନ  ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର