ଜଳ ସଞ୍ଚୟ ସଚେତନତା ବାର୍ତ୍ତା ବାଣ୍ଟୁଛି ନୂଆ ଆଲବମ୍ ‘ପାଣି’

ଭୁବନେଶ୍ବର:  ବିଶ୍ବ ପାଇଁ ପାଣି ସଞ୍ଚୟର ବାର୍ତ୍ତା ନେଇ ଓ ଏ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି ପାଇଁ ‘ପାଣି’ ନାମରେ ଏକ ଆଲବମ୍ମୁକ୍ତିଲାଭ କରିଛି।  ପରିଚୟ ଗ୍ରୁପ୍ତରଫରୁ ପ୍ରସ୍ତୁତ କରାଯାଇଥିବା ଏହି ଭିନ୍ନସ୍ବାଦର ଆଲବମ୍ ନିକଟରେ ଲୋକାର୍ପିତ ହୋଇଛି

‘ପାଣି ସଙ୍ଗୀତ ସଂଯୋଜନା ନିର୍ଦ୍ଦେଶନା ଭାର ଅଜୟ କୁମାର ଦାଶ ବହନ କରିଥିବା ବେଳେ ଗୀତରଚନା କରିଛନ୍ତି  ତାପସ ଭିଜୁଆଲ୍ନିର୍ଦ୍ଦେଶନା ଦେଇଛନ୍ତି ଆଦର୍ଶଏଥିରେ ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀ ସୌରଭ, ଗୌତମ, ଅନ୍ତରା, ସ୍ବପ୍ନା, ଅରୋଶିଷ ଭାଗ୍ୟଶ୍ରୀ କଣ୍ଠଦାନ କରିଛନ୍ତି ଏହି ଆଲବମ୍ଟି ପସନ୍ଦଯୋଗ୍ୟ ହୋଇଛି

 ପରିଚୟ  ନାମରେ ଏକ ସଙ୍ଗୀତ ଅନୁଷ୍ଠାନ ବିଗତ ବର୍ଷ ହେଲା କାର୍ଯ୍ୟକରୁଛି। ଅଜୟ କୁମାର ଦାଶ ସ୍ବପ୍ନା ପାତ୍ରଙ୍କ ମିଳିତ ଉଦ୍ୟମରେ ଗଢାଯାଇଛି ଏହି ଅନୁଷ୍ଠାନ ପରିଚୟ  ତରଫରୁ ନୂତନ ପିଢିର ଯୁବକଯୁବତୀ ଛୋଟ ପିଲାଙ୍କୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଓଡ଼ିଶୀ ସଙ୍ଗୀତ ଶିକ୍ଷା ପ୍ରଦାନ କରାଯାଉଛି ପ୍ରତିବର୍ଷ ଅନୁଷ୍ଠାନ ତରଫରୁ କଳାକାରମାନଙ୍କୁ ନେଇ ବିଭିନ୍ନ ପୁରୁଣା ଗୀତ ପରିବେଷଣ କରାଯାଇ ପ୍ରତିଭାବାନ ଶିଳ୍ପୀଙ୍କୁ ପୁରସ୍କୃତ କରାଯାଇଥାଏ। ଏହି କାର୍ଯ୍ୟକ୍ରମ କଳାକାରମାନଙ୍କୁ ଉତ୍ସାହ ଦେବା ସହ ଆଗକୁ ବଢିବାରେ ସାହାଯ୍ୟ କରିଥାଏ

ସମ୍ବନ୍ଧିତ ଖବର