ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓଏ ଅଞ୍ଜଳି’

ନୂଆବର୍ଷରେ ଏକ ଜବରଦସ୍ତ ନୂଆ ସିନେମା ନେଇଆସୁଛି ଆୟୂଷୀ ଫିଲ୍ମସ୍। ଏହାର ଶୀର୍ଷକ ରହିଛି ‘ଓଏ ଅଞ୍ଜଳି’। ଉକ୍ତ ଚଳଚ୍ଚିତ୍ରର ପ୍ରମୁଖ ଚରିତ୍ରରେ ଅଛନ୍ତି ଅଭିନେତା ସ୍ୱରାଜ ଓ ଶ୍ରେୟାନ୍। ଏମାନଙ୍କ ବ୍ୟତୀତ ନାୟିକା ଭୂମିକାରେ ଅଛନ୍ତି ମାନବୀ ପଟେଲ। ମୌଳିକ କଥାବସ୍ତୁକୁ ନେଇ ଚଳଚ୍ଚିତ୍ରଟି ନିର୍ମିତ ହୋଇଛି। ଏହାର ପ୍ରାୟ ଦୃଶ୍ୟ ଉତ୍ତରାଖଣ୍ଡରେ ସୁଟିଂ ହେଇଛି। ଏହି ଫିଲ୍ମରେ ପ୍ରାୟ ଛ’ଟି ଆଞ୍ଚଳିକ ସିନେ ଶିଳ୍ପର କାରିଗରମାନେ କାମ କରିଛନ୍ତି।

ଚଳଚ୍ଚିତ୍ରଟିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଯୋଜନା ସଂସ୍ଥା ଦ୍ବାରା ଭିନ୍ନ ଧରଣର ଉଦ୍ୟମ କରାଯାଇଥିବା ପ୍ରକାଶ। ଏଥିରେ ସବୁଠୁ ଦାମୀ କ୍ୟାମେରା (ଆର୍‌ଇ ଆଲେକ୍ସା)ର ବ୍ୟବହାର କରାଯାଇଛି। ‘ଓଏ ଅଞ୍ଜଳି’ ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା ସହିତ ନିର୍ଦ୍ଦେଶନା ଦେଇଥିବା ରମାଶଙ୍କର ନିଜେ ମଧ୍ୟ ସହକାରୀ ପ୍ରଯୋଜକର ଭୂମିକା ନିର୍ବାହ କରିଛନ୍ତି। ଏଥିରେ କ୍ରିଏଟିଭ୍ ନିର୍ଦେଶକ ଅଛନ୍ତି ଅଶ୍ବିନୀ ଗଡ଼ନାୟକ। ସଙ୍ଗୀତ ସଜାଇଛନ୍ତି ପ୍ରେମ୍ ଆନନ୍ଦ। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି କାହ୍ନୁ ମୁଖାର୍ଜୀ, ଚିତ୍ରୋତ୍ତୋଳନ କରିଛନ୍ତି ବି.ଲକ୍ଷ୍ମଣ ଏବଂ ଜୁଡୋରାମୁ ଫାଇଟ୍‌ ନିିର୍ଦେଶକ ଅଛନ୍ତି। ଏହି ସିନେମାଟି ଦର୍ଶକଙ୍କୁ ଭିନ୍ନ ସ୍ବାଦର ମନୋରଂଜନ ଯୋଗାଇବ ବୋଲି ନିର୍ଦ୍ଦେଶକ ରମାଶଙ୍କର ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର