ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ହଉ ହଉ ହେଇଗଲାରେ’

ରମେଶ ରାଉତ ନିର୍ଦ୍ଦେଶିତ ଓ ରାଜେଶ ଦାଶ ସମ୍ପାଦିତ ନୂଆ ଚଳଚ୍ଚିତ୍ର ‘ହଉ ହଉ ହେଇଗଲାରେ’। ଏହାର କାହାଣୀ ପରିକଳ୍ପନା ଓ ଚିତ୍ରନାଟ୍ୟ ପ୍ରସ୍ତୁତି ଅଭିଜିତ ସିନ୍ଧେ କରିଥିବା ବେଳେ, ସଂଳାପ ଲେଖିଛନ୍ତି ଦୀପକ ଜେନା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିମୁଗ୍‌ଧ ଦାସ ଏବଂ ଏଥିରେ ଥିବା ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ନାଭିଆ, ସ୍ବୟମ୍‌ ପ୍ରଭାସ ପାଢ଼ୀ ଓ ହ୍ୟୁମାନ୍ ସାଗର।

ଚଳଚ୍ଚିତ୍ର ‘ହଉ ହଉ ହେଇ ଗଲାରେ’‌ର ପ୍ରମୁଖ ଭୂମିକାରେ ଅଛନ୍ତି ରାଜ୍‌ ରାଜେଶ ଓ ରିୟା। ଏ ଦୁହିଁଙ୍କ ସହ ଅକ୍ଷୟ ବସ୍ତିଆ, ପିଣ୍ଟୁ ନନ୍ଦ, ଶ୍ବେତା ଆଚାର୍ଯ୍ୟ, ସସ୍ମିତା ପ୍ରଧାନ, ସୁଧାଶ୍ରୀ, ରାନୀ ପଣ୍ଡା, ଟୁକୁନା, ନୀଳମଣି ସାହୁ, ପୂଜା, ସଚ୍ଚିନ ପ୍ରମୁଖ ଭୂମିକାରେ ଅଛନ୍ତି। ଅତୀତରେ ‘ହ୍ୟାଲୋ ରାବଣ’ ଓ ‘ଟୁ ଚକୋଲେଟ୍’ ପରି ଏହି ଚଳଚ୍ଚିତ୍ରଟି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ଦର୍ଶକଙ୍କୁ ମନୋରଂଜନ ଦେଇଚାଲିଛି।

ସମ୍ବନ୍ଧିତ ଖବର