ଅନ୍‌ସମିସ ପ୍ରଡକ୍ସନର ପ୍ରଥମ ଅବଦାନ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶେଷରାତି’। ଏହାର ପ୍ରଯୋଜନା କରିଛନ୍ତି ପ୍ରୀତମ ସାହୁ। ଏଥିରେ ଚିତ୍ରନାଟ୍ୟ ସଂରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ଅମରେଶ ପତି। ଶ୍ରୀ ପତି ଏହା ପୂର୍ବରୁ ‘ହେଲା ମୋତେ ପ୍ରେମ ଜ୍ବର’ ଓ ‘ବାଲା’ ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ‘ଶେଷରାତି’ ଚଳଚ୍ଚିତ୍ରରେ କାହାଣୀ ପରିକଳ୍ପନା ସହ ସଂଳାପ ରଚନା କରିଛନ୍ତି ଶଶାଙ୍କ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତିି ଅସଦ ନିଜାମ। ଏଥିରେ ଥିବା ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, କୁଲଦୀପ, ଅସୀମା ପଣ୍ଡା ଏବଂ ଆଶୁତୋଷ। ଗୀତ ରଚନା କରିଛନ୍ତିି ପୁଷ୍ପକ ପରିଡ଼ା।

Advertisment

ଚଳଚ୍ଚିତ୍ର ‘ଶେଷରାତି’ରେ ଦେବାଶିଷ, ରିୟା, ଦେବୁ ବ୍ରହ୍ମା, ଉଷଶୀ ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବୀରେନ ମିଶ୍ର, ପିଣ୍ଟୁ ନନ୍ଦ, ଅଭୀପ୍‌ସା, କୁଇନ, କେ.ଡି., ଜୀବନ ବନ୍ଧୁ ମହାପାତ୍ର, ସୁଶ୍ରୀ ସଙ୍ଗୀତା ବେହେରା ପ୍ରମୁଖଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ସଫ୍ଟ ରୋମାଣ୍ଟିକ୍ ହେଲେ ବି ଏହାର କାହାଣୀ ରହସ୍ୟ ଓ ରୋମାଞ୍ଚକର। ଚଳିତ ମାସ ଶେଷ ସପ୍ତାହରେ ଏଇ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।