ଖୁବଶୀଘ୍ର ମୁକ୍ତିଲାଭ କରିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏ ଜୀବନ’

ଭୁବନେଶ୍ବର:  ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏ ଜୀବନ’ ଖୁବଶୀଘ୍ର ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ଏଥିରେ ନାୟକ ଭୂମିକାରେ ଅଭିନେତା ଶ୍ରୀତମ ଦାସ ଏବଂ ନାୟିକା ଭୂମିକାରେ ଅଛନ୍ତି ଜିନା ସାମଲ । ଏହା ବ୍ୟତୀତ ଏକ ପ୍ରମୁଖ ଚରିତ୍ରରେ ଅଛନ୍ତି ଦେବ। ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ, ଅଶ୍ରୁମୋଚନ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ବବି ମିଶ୍ର, କାଳୀ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ‘ଏ ଜୀବନ’ର କାହାଣୀ ବାପା ଓ ପୁଅର ଭାବପ୍ରବଣ ସମ୍ପର୍କକୁ ନେଇ ଗତିଶୀଳ ହେଇଛି। ଚଳଚ୍ଚିତ୍ରଟି ମୁକ୍ତିଲାଭ ପାଇଁ ପ୍ରସ୍ତୁତ ବୋଲି ଏହାର ପ୍ରଚାର ଓ ପ୍ରସାର ଦାୟିତ୍ବରେ ଥିବା ଅମରେଶ ସୂଚନା ଦେଇଛନ୍ତି।

ଅନନ୍ତ ଭାରତୀ କ୍ରିଏସନ୍ ବ୍ୟାନରରେ ନିର୍ମିତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅନନ୍ତ କୁମାର ସାମଲ ଏବଂ ସହ ପ୍ରଯୋଜକର ଭୂମିକା ନିର୍ବାହ କରିଛନ୍ତି ରାକେଶ ରାୟ ଓ ସତ୍ୟ ଗୋପାଲ। ଉକ୍ତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ବମୋହନ ରଣା। କାହାଣୀ ପରିକଳ୍ପନା କରିଛନ୍ତି ସଚ୍ଚିଦାନନ୍ଦ ସାମଲ, ସଂଳାପ ଲେଖିଛନ୍ତି ପ୍ରଭାତ ମହାରଣା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅବିନାଶ ମିଶ୍ର।

ସମ୍ବନ୍ଧିତ ଖବର