ଓଡ଼ିଆ ଚଳଚ୍ଚିତ୍ର ‘ନାରୀ ନୁହେଁ ତୁ ଅର୍ଦ୍ଧନାରୀ’

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ନାରୀ ନୁହେଁ ତୁ ଅର୍ଦ୍ଧନାରୀ’। ଏହାର କାହାଣୀ ସମ୍ବିତ କୁମାର ସାହୁ ପରିକଳ୍ପନା କରିଥିବା ବେଳେ ସଂଳାପ ଲେଖିଛନ୍ତି ପପୁ ବ୍ରହ୍ମା ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ମାନସ ସାହୁ। ସୁଦୀପ, ଅନ୍ନପୂର୍ଣ୍ଣା, ଶ୍ରୀନିବାସ, ଅନୁପ ମହାନ୍ତି, ସୋନାଲି ଓ କୁମାର ଲକିଙ୍କ ରଚିତ ଗୀତଗୁଡ଼ିକର ସ୍ବର ସଂଯୋଜନା କରିଛନ୍ତି ଶ୍ରୀନିବାସ ବିଶ୍ବାଳ। କଣ୍ଠଦାନ କରିଛନ୍ତି ଟି. ସୌରୀ, ଆରଏସ୍ କୁମାର, ପ୍ରଜ୍ଞା, ଅର୍ପିତା, ଜଗଦୀଶ, କୃଷ୍ଣ ଓ ନିରଞ୍ଜନ। ଏଥିରେ ନାୟକ ସମ୍ବିତ କୁମାର ସାଜିଥିବା ବେଳେ ନାୟିକା ସାଜିଛନ୍ତି ଲକ୍ଷ୍ମୀପ୍ରିୟା। ଏମାନଙ୍କ ବ୍ୟତୀତ ରୋଶନ୍, ପାୟଲ, ହରିହର ମହାପାତ୍ର, ଅସିତ ପତି, ମିତା ଚକ୍ରବର୍ତ୍ତୀ, ପିଣ୍ଟୁ, ସିପୁ ଓ ଯାତ୍ରା ନାୟକ ସୁରେଶ ପଣ୍ଡା ଓ ପପୁ ପଣ୍ଡା ପ୍ରଭୃତି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି।

ଜଣେ ଅର୍ଦ୍ଧନାରୀ କେମିତି ଗୋଟେ ପରେ ଗୋଟେ ହତ୍ୟା କରିଚାଲିଛି ଏବଂ ପୁଲିସ୍ ପାଇଁ ସେ ହୋଇଛି ମୋଷ୍ଟ ୱାଣ୍ଟେଡ୍, ତାହା ଦେଖିବାକୁ ମିଳିଛି। ହେଲେ କ’ଣ ପାଇଁ ସେ ବାରମ୍ବାର ଏମିତି ରକ୍ତର ହୋଲି ଖେଳୁଛି? ଶେଷରେ ପୋଲିସ ଜାଣିବାକୁ ପାଉଛି ଯେ ଅନ୍ୟାୟ ଓ ଅଧର୍ମ କରୁଥିବା ଲୋକମାନଙ୍କୁ ସେ କିନ୍ନର ବେଶରେ ଯାଇ ହତ୍ୟା କରୁଛି। ଚନ୍ଦ୍ରାବତୀ ବ୍ୟାନର ନିବେଦିତ ଏଇ ସିନେମାର ପ୍ରଯୋଜନା କରିଛନ୍ତି ସମ୍ବିତ କୁମାର ସାହୁ। ପ୍ରଯୋଜକ-ଅଭିନେତା ସମ୍ବିତ ପୂର୍ବରୁ ‘ତୁ ମୋ ସୁଇଟ୍ ସିକ୍ସଟିନ୍‌’ରେ ମଧ୍ୟ ନାୟକ ଭୂମିକାରେ ଜଣେ ରୋମାଣ୍ଟିକ୍ ହିରୋ ଭାବେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର