ଭୁବନେଶ୍ବର: କଳ୍ପନା ଫିଲ୍ମ ବ୍ୟାନର ନିବେଦିତ ଏବଂ ଆରସିଏନ୍ ଓ ଆରଆର ଇଭେଣ୍ଟସ୍ର ମିଳିତ ସହଯୋଗରେ ନିର୍ମିିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ରାଉଡି ରାଜା’। ଏଥିରେ ନାୟକ ଭାବେ ସୋହମ୍ ଏବଂ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ। ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏଇ ଚଳଚ୍ଚିତ୍ରରେ ଗୀତ ରଚନା କରିଛନ୍ତିି ନିର୍ମଳ ନାୟକ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। କାହାଣୀ ଲେଖିଛନ୍ତି ରଜନୀ ରଂଜନ। ଏଥିରେ ସୋହମ୍ ଓ ଶ୍ରଦ୍ଧାଙ୍କ ବ୍ୟତୀତ ବବି ମିଶ୍ର, ଚୌଧୁରୀ ବିକାଶ ଦାସ, ଅଭିଷେକ ଗିରି, ପପି ସନ୍ତୁକା, ସସ୍ମିତା ପ୍ରଧାନ, ଅକ୍ଷୟ ବସ୍ତିଆ ପ୍ରମୁଖ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବେ। ‘ରାଉଡି ରାଜା’ ଏକ ରୋମାଣ୍ଟିକ୍ ଓ ଆକ୍ସନ୍ ବେସ୍ଡ ସିନେମା। ଏଥିରେ ମଧ୍ୟ ମନୋରଂଜନ ଦେବା ଭଳି ହାସ୍ୟରସ ରହିଛି।
ପୂର୍ବରୁ ‘ଅଜାତ ଶତ୍ରୁ’ ଓ ‘ଲଭ ୟୁ ପ୍ରିୟା’ ଚଚ୍ଚିତ୍ର ଏବଂ ‘ପ୍ରେମ ଜୁଆର’, ‘ବୁଲ୍ ବୁଲ୍ ତୁ ମୋର ବୁଲ୍ ବୁଲ୍’ ପରି କିଛି ମ୍ୟୁଜିକ୍ ଆଲବମ୍ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଅଭିନେତା ସୋହମ୍। ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପ୍ରସ୍ଥାନମ୍’ର ନାୟିକା ସାଜିଥିବା ଶ୍ରଦ୍ଧା ‘ମୋ ଦେହେ ବୋଳି ଦେ ତୋ ଦେହ କଳା’ ଓ ‘ଖୁସିର ଛୁଙ୍କ’ ମେଗାଧାରାବାହିକରେ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛନ୍ତି। ତେଣୁ ସୋହମ୍ ଓ ଶ୍ରଦ୍ଧାଙ୍କ ଯୋଡ଼ି ଦର୍ଶକଙ୍କୁ ବିମୋହିତ କରିବ ବୋଲି ଆଶା କରାଯାଉଛି।