ଲକ୍ଡାଉନ୍ରେ ମୁନ୍ଟିଭି ଦୁଇଦୁଇଟି ଫିଲ୍ମ ନିର୍ମାଣ କରିବାର ପ୍ରସ୍ତୁତି ପଛରେ ରହିଛି। ପ୍ରଥମ ଫିଲ୍ମର ଟାଇଟଲ୍ ରହିଛି ‘ତୁ ଚଗଲା ମୁଁ ଚଗଲି’ ଏବଂ ଦ୍ୱିତୀୟ ଫିଲ୍ମଟିର ଟାଇଟଲ୍ ରହିଛି ‘ମୁଁ ତୁମକୁ ଭଲପାଏ ଲୁଚିଲୁଚିକା’। ଏହି ଦୁଇଟି ଫିଲ୍ମର ପ୍ରଯୋଜକ ସଚ୍ଚିକାନ୍ତ ଜେନା ପୂର୍ବରୁ ହାଏ ଡାର୍ଲିଂ, ଝିଅଟା ବିଗିଡ଼ିଗଲା, ବଜରଙ୍ଗୀ, ସୁନ୍ଦରଗଡ଼ର ସଲମାନ୍ ଖାନ୍ (ତରଙ୍ଗ ଟିଭି) ଏବଂ ଲଭ୍ ଏକ୍ସପ୍ରେସ (ସିଦ୍ଧାର୍ଥ ଟିଭି) ଆଦି ଦର୍ଶକଙ୍କୁ ଭେଟି ଦେଇଛନ୍ତି। କୋଭିଡ୍ କଟକଣା ପରେ ‘ହୀରାଲାଲ ମୋତିଲାଲ’ ଓ ‘ଲଭ୍ ଫିଭର୍’ ଭଳି ଫିଲ୍ମ ମୁକ୍ତିଲାଭ କରିବାକୁ ସଚ୍ଚିକାନ୍ତ ଜେନା ଯୋଜନା କରିଛନ୍ତି।
ଦୁଇଟି ନୂଆ ଫିଲ୍ମର ସଂଳାପ ଓ ଚିତ୍ରନାଟ୍ୟ ରଜନୀ ରଂଜନ ଲେଖୁଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେବେ ପ୍ରେମାନନ୍ଦ ଓ ନିର୍ଦ୍ଦେଶନାଭାର ସମ୍ଭାଳିବେ ବିନି ପଟ୍ଟନାୟକ। ଲକଡାଉନ୍ ସମୟରେ ସ୍କ୍ରିପ୍ଟିଂ ଓ ସଙ୍ଗୀତ ସ୍ୱର ସଂଯୋଜନା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଆଗାମୀ ରଥଯାତ୍ରା ପରେ ଫିଲ୍ମର ସୁଟିଂ ଉଭୟ ଓଡ଼ିଶା ଓ ବାହାର ରାଜ୍ୟରେ ହେବ ବୋଲି କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ତେବେ ଫିଲ୍ମର ଷ୍ଟାରକାଷ୍ଟ ଚୟନ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/parada_tu-chagala-mun-chagali.jpg)