ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚାଲ ଟିକେ ପ୍ରେମ କରିବା’

ମୁକ୍ତିଲାଭ ପୂର୍ବରୁ ଗେଟ୍ ଟୁଗେଦର। ଭୁବନେଶ୍ବରର ପ୍ରେସ୍ କ୍ଲବ୍ ପରିସରରେ କଳାକାର ଓ ଟେକନିସିଆନମାନେ ଏକାଠି ହେଇ ଚଳଚ୍ଚିତ୍ର ନିର୍ମାଣର ଅଭିଜ୍ଞତା‌କୁ ନେଇ ନିଜ ନିଜର ଅନୁଭୂତି ଆଦାନପ୍ରଦାନ କରିଥିଲେ। ଦେବକୀ ଫିଲ୍ମସ୍‌ ବ୍ୟାନରରେ ନିର୍ମାଣ ହେଇଛି ପ୍ରଡକ୍‌ସନ୍ ହାଉସ୍‌ର ଦ୍ବିତୀୟ ଚଳଚ୍ଚିତ୍ର ‘ଚାଲ ଟିକେ ପ୍ରେମ କରିବା’। ଏହାର ପ୍ରଯୋଜନା କରିଛନ୍ତି ଚିନ୍ମୟୀ ପ୍ରିୟଦର୍ଶିନୀ। କାହାଣୀ ଦୀପକ ସାହୁ ପରିକଳ୍ପନା କରିଥିବା ବେଳେ ସଂଳାପ ଲେଖିଛନ୍ତି ଆଶୁତୋଷ ବାରିକ। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ସରୋଜକାନ୍ତ। ବିଭୂତି ଭୂଷଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, ତପୁ ମିଶ୍ର, ପ୍ରଜ୍ଞା ହୋତା, ସତ୍ୟଜିତ, ଅଭିଜିତ ମଜୁମଦାର ଓ ଅଭିଜିତ ମିଶ୍ର।

ହାସ୍ୟରସାତ୍ମକ ପୃଷ୍ଠଭୂମିରେ ଗଢ଼ିଉଠିଥିବା ଏଇ ପ୍ରେମ କାହାଣୀର ନାୟକ ଦେବରାଜ ଏବଂ ନାୟିକା‌ ସାଜିଛନ୍ତି ଚିନ୍ମୟୀ ପ୍ରିୟଦର୍ଶିନୀ। ଦେବରାଜ ଓ ଚିନ୍ମୟୀ ପୂର୍ବରୁ ‘ତୋ ପ୍ରେମରେ ପଡ଼ିଲା ପରେ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏମାନଙ୍କ ସହ ଲିପ୍‌ସା, ପ୍ରଜ୍ଞା, ଗୁଡ୍ଡୁ, ସୁଶୀଲ, ଲକ୍ଷ୍ମୀପ୍ରିୟା, ରବି, ଭବାନୀ, ସରୋଜ ବଳ, ଦିବଂଗତ ସଲିଲ୍ ମିତ୍ର, ପୁପିନ୍ଦର, କାଳୀଚରଣ, ରଞ୍ଜିତା, ବୀରେନ ଓ ଗୁଲୁଆ ପ୍ରମୁଖ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛନ୍ତି।

ସମ୍ବନ୍ଧିତ ଖବର