ଓଡ଼ିଆ ଚଳଚିତ୍ର ‘୨ ଚକୋଲେଟ୍’

Advertisment
ଓଡ଼ିଆ ଚଳଚିତ୍ର ‘୨ ଚକୋଲେଟ୍’

୫ ନଭେମ୍ବର ୨୦୨୧ ଶୁକ୍ରବାରଠାରୁ ଓଡ଼ିଶାର ପ୍ରିମିୟମ୍‌ ଓଟିଟି ପ୍ଲାଟ୍‌ଫର୍ମ ‘କଞ୍ଚାଲଙ୍କା’ରେ ଓଡ଼ିଆ ଚଳଚିତ୍ର ‘୨ ଚକୋଲେଟ୍’ ଷ୍ଟ୍ରିମିଙ୍ଗ୍‌ ଆରମ୍ଭ ହେଇଛି। ଏହା ଏକ ନୂତନ ପଦକ୍ଷେପ ଯେଉଁଠି ବଡ଼ ବଜେଟ୍‌ର ପିଲ୍ମକୁ ଓଟିଟି ମାଧ୍ୟମରେ ସାରା ବିଶ୍ବର ଦର୍ଶକ ଦେଖିପାରିବେ।

ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଶାନ୍ତ ମଣି ‘୨ ଚକୋଲେଟ୍’ର ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି। ଚକୋଲେଟ୍ ଭଳି କିଛି ମିଠା ସ୍ବାଦକୁ ନେଇ ଏକ ପ୍ରେମ କାହାଣୀ ଜରିଆରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବାପାଇଁ ଏହି ଚଳଚ୍ଚିତ୍ରରେ ପ୍ରୟାସ କରାଯାଇଛି। ନବାଗତ କଳାକାର ଲୋହିତାକ୍ଷ ଓ ସ୍ବପ୍ନାଙ୍କ ସହିତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ନିତୁ ସିଂ ଏବଂ ମୁମ୍ବାଇରେ ଅବସ୍ଥାପିତ ଓଡ଼ିଆ ଅଭିନେତା ଚିତ୍ତରଂଜନ ତ୍ରିପାଠୀ। ‘କଞ୍ଚାଲଙ୍କା’ରେ ଅପରାଧ, ରୋମାଞ୍ଚ, ପ୍ରେମ, ଓ ହାସ୍ୟ ଆଦି ବିଭିନ୍ନ ରୁଚିର ନୂଆ ନୂଆ ଚଳଚ୍ଚିତ୍ର ଓ ୱେବ୍‌ ଧାରାହାହିକ ପ୍ରସାରଣ କରାଯାଉଛି। ଦର୍ଶକ ବିନା ବିଜ୍ଞାପନରେ ଏବଂ ଇଂରାଜୀ ଭାଷା ରୂପାନ୍ତର ସହିତ ଅଲଟ୍ରା ଏଚ୍‌ଡି ମାନର କାର୍ଯ୍ୟକ୍ରମ ଦେଖିପାରୁଛନ୍ତି। ନିକଟରେ ଭୁବନେଶ୍ୱରର ଏକ ହୋଟେଲରେ ଚଳଚ୍ଚିତ୍ର ‘୨ ଚକୋଲେଟ୍‌’ର ପ୍ରିମିୟର ସୋ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଞ୍ଚାଲଙ୍କାର ସହ ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଅକ୍ଷୟ କୁମାର ପରିଜା କହିଛନ୍ତି, ‘ଆମର ପୂର୍ବ ପ୍ରତିଶ୍ରୁତି ଅନୁସାରେ ଆମ କଞ୍ଚାଲଙ୍କା ପ୍ଲାଟ୍‌ଫର୍ମରେ ଅନେକ ନୂଆ ଚଳଚ୍ଚିତ୍ର ଏବଂ ୱେବ୍‌ସିରିଜ୍ ଦେଇଛୁ। ‘୨ ଚକୋଲେଟ୍’ ଭଳି ଚଳଚ୍ଚିତ୍ର ଆମ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ ବୋଲି ମୁଁ ଆଶା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe