ଗଣେଶ ପୂଜାରେ ‘ଚକ୍ଷୁବନ୍ଧନ’

Advertisment
ଗଣେଶ ପୂଜାରେ ‘ଚକ୍ଷୁବନ୍ଧନ’

କରୋନା କାଳରେ ଫିଲ୍ମ ରିଲିଜ୍ କରିବାକୁ ଅଣ୍ଟା ଭିଡ଼ିଛି ଓଲିଉଡ୍। ଖୁବ୍‌ଶୀଘ୍ର ଭୂମିକାଙ୍କ ଆଖିରୁ ପଟି ଖୋଲିବ। ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ଗଣେଶ ପୂଜା ଅବସରରେ ପ୍ରେମ, ପ୍ରତାରଣା, ରହସ୍ୟ ଓ ରୋମାଞ୍ଚଭରା ମୌଳିକ କାହାଣୀ ‘ଚକ୍ଷୁବନ୍ଧନ’ ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରାଜ୍‌ ରାଜେଶ, ଋଷି, ଭୂମିକା ଦାଶ ଓ ବଙ୍ଗଳା ନାୟିକା ଇଶାନୀ ସେନଗୁପ୍ତାଙ୍କୁ ଦେଖିବାକୁ ମିଳିବ। କେବଳ ଓଡ଼ିଆ ନୁହେଁ. ଏହି ଫିଲ୍ମଟି ବଙ୍ଗଳରେ ମଧ୍ୟ ଏକାସାଙ୍ଗରେ ରିଲିଜ୍‌ ହେବ। ‘ଚକ୍ଷୁବନ୍ଧନ’ର ନିର୍ଦ୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ମହାନ୍ତ। ସ୍ୱାର୍ଥ ଓ ଭ୍ରମ ଭଳି ଦୁଇଟି ମାନସିକ ଚିନ୍ତାଧାରା ଉପରେ ଆଧାରିତ ଏହି ଫିଲ୍ମର ସଙ୍ଗୀତ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

ଅଭିଜିତ ମଜୁମ୍‌ଦାର ଓ ବନି ଗୌରବଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଫିଲ୍ମର ପ୍ରତିଟି ଗୀତ ମନଛୁଆଁ ହେଇଛି। ପୂର୍ବରୁ ଅନେକ ଓଲିଉଡ୍‌ ଫିଲ୍ମ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିଲା ବେଳେ ମିଶ୍ରିତ ଫଳାଫଳ ସାମ୍ନାକୁ ଆସିଛି। ତେବେ ରଜ ଅବସରରେ ରିଲିଜ୍ ହେବାକୁ ଥିବା ଏଇ ଦ୍ବିଭାଷୀ ଚଳଚ୍ଚିତ୍ର ‘ଚକ୍ଷୁବନ୍ଧନ’ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ବେଶ୍‌ ଆଶାବାଦୀ ଅଛନ୍ତି ସିନେମାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ। ଅନୀଶ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର୍‌ରେ ନିର୍ମିତ ହୋଇଥିବା ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ତପନ କୁମାର ଦାଶ। ଏଥିରେ କାର୍ଯ୍ୟକାରୀ ପ୍ରଯୋଜକର ଭୂମିକା ନିର୍ବାହ କରିଛନ୍ତି ଦିଲ୍ଲୀପ ବଳବନ୍ତରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe