ଆଉ କିଛିଦିନ ଭିତରେ ପ୍ରେକ୍ଷାଳୟକୁ ଆସିବ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ମନେ ମନେ ମନ ଖୋଜୁଥିଲା’। ନିକଟରେ ଏହାର ମ୍ୟୁଜିକ୍ ରିଲିଜ୍ ହେଇଯାଇଛି। ଅନନ୍ୟ ଏଣ୍ଟର୍ଟେନ୍ମେଣ୍ଟ ନିବେଦିତ ଓ ପ୍ରଭାତୀ ଆଚାର୍ଯ୍ୟ ପ୍ରଯୋଜିତ ଏଇ ନୂଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏନ୍. ପାଢ଼ୀ। ଏହାର କାହାଣୀ ପରିକଳ୍ପନା କରିଛନ୍ତି ଦୁର୍ଗା ଆଚାର୍ଯ୍ୟ ଏବଂ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ଦୀପକ ଜେନା। ସଙ୍ଗୀତ ସଜାଇଛନ୍ତି ଜି. ଅଶୋକ କୁମାର। ଶତ୍ରୁତା ଓ ପ୍ରେମ; ଏଇ ଦୁଇଟି ପୃଷ୍ଠଭୂମିରେ ଛିଡ଼ାହେଇଛି ଚଳଚ୍ଚିତ୍ର ‘ମନେ ମନେ ମନ ଖୋଜୁଥିଲା’ର କାହାଣୀ।
ମହାଭାରତ କାହାଣୀରେ ଅଭିମନ୍ୟୁ ଓ ଦୁର୍ଯ୍ୟୋଧନଙ୍କ ଭିତରେ ପ୍ରଚଣ୍ଡ ଶତ୍ରୁତା ଥିଲା। ସେମିତି କଳିଯୁଗର ଅଭିମନ୍ୟୁ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ଅନୁରୂପ ଶତ୍ରୁତା ରହିଛି। ହେଲେ ଅଭିମନ୍ୟୁଙ୍କ ପୁଅ ଓମ୍ ଏବଂ ଦୁର୍ଯ୍ୟୋଧନଙ୍କ ଝିଅ ଗୌରୀ ଭିତରେ ଗଢ଼ିଉଠିଛି ନିବିଡ଼ ପ୍ରେମସମ୍ପର୍କ। ବାପାଙ୍କର ଶତ୍ରୁ ଘରେ ଯାଇ କେମିତି ଓମ୍ ଓ ଗୌରୀ ଘର ବସେଇବେ, ଆଉ ଏଥିପାଇଁ ସେମାନଙ୍କୁ କି କି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ତାହା ଏଇ ଚଳଚ୍ଚିତ୍ରରେ ପ୍ରତିଫଳିତ ହେଇଛି। ଏଥିରେ ଓମ୍ ଭୂମିକାରେ ଓମକାର, ଗୌରୀ ଭୂମିକାରେ ନମ୍ରତା ସିଂହଦେଓ ଏବଂ ଅନ୍ୟ ଜଣେ ନାୟିକା ଭୂମିକାରେ ପ୍ରିୟଙ୍କା ଅଛନ୍ତି। ଏମାନଙ୍କ ବ୍ୟତୀତ ମିହିର ଦାସ, ଅଶ୍ରୁମୋଚନ, ପ୍ରତିଭା ପଣ୍ଡା, ଅଞ୍ଜନା ଦାସ, ଶୁଭମ୍ ଓ ଆପ୍ପାରାଓଙ୍କୁ ଦେଖିବାକୁ ମିଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Parada-Mane-Mane-Mana-Khojuthila.jpg)