‘ସଲାମ୍‌ ଭୁବନେଶ୍ୱର’ରେ ରାଜବୀର- ଅନିଶା ଯୋଡ଼ି

ଆଇଜ୍ ଓ ଏସ୍. ପିକଚର୍ସ ନିବେଦିତ ଏବଂ ପ୍ରସନ୍ନ ଦ୍ବିବେଦୀ ଓ ସୁଧାକର ବସନ୍ତ ପ୍ରଯୋଜିତ ନୂଆ ଚଳଚ୍ଚିତ୍ର ‘ସଲାମ୍‌ ଭୁବନେଶ୍ବର’ର ସୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ କାହାଣୀ ପରିକଳ୍ପନା ସହ ଅଭିନୟ ଓ ନୃତ୍ୟ ନିର୍ଦ୍ଦେଶନା ଦେଉଛନ୍ତି ସୁଧାକର ବସନ୍ତ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଅତୀତରେ ‘ଅରୁନ୍ଧତୀ’ ଓ ‘ଲଭ୍ ଫିଭର’ ପରି ସିନେମାର ନାୟକ ସାଜିଥିବା ରାଜବୀର ‘ସଲାମ୍ ଭୁବନେଶ୍ବର’ର ନାୟକ ସାଜିଛନ୍ତି। ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ମଡେଲ୍ ତଥା ନବାଗତା ଅଭିନେତ୍ରୀ ଅନିଶା।

ଜଣେ ଗ୍ୟାଙ୍ଗଷ୍ଟର୍ ଅପରାଧିକ କାର୍ଯ୍ୟରୁ ନିବୃତ ହେଇ ଭଲ ମଣିଷ ହେଉଛି। ହେଲେ ପୋଲିସ ତାଙ୍କୁ ବାଧ୍ୟ କରୁଛି ଯେ ସେ ପୁଣି ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ହୁଅନ୍ତୁ। କାରଣ ଗ୍ୟାଙ୍ଗଷ୍ଟର୍ ନ ରହିଲେ ପୋଲିସକୁ ବଟି ଦେବେ କିଏ? ସେ ପୁଣି ଖରାପ ବାଟ ଆପଣାଉଛି। ଏହା ଭିତରେ ତା’ ଜୀବନ ସହିତ ଯୋଡ଼ିହେଇଯାଉଛି ଜଣେ ସମ୍ଭ୍ରାନ୍ତ ପରିବାରର ଆଦର୍ଶ ଝିଅ। ତାକୁ ଗ୍ୟାଙ୍ଗଷ୍ଟର୍ କାମରୁ ଭଲବାଟକୁ ଆଣିବା ପାଇଁ ଝିଅଟି ତାକୁ ପ୍ରେମ କରୁଛି। ସେଇ ଝିଅ ସହ ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ କାହାଣୀର ନାୟକ ଭଲବାଟକୁ ଫେରିଆସୁଛି। ଅର୍ଥାତ ଅନିଶା ରାଜବୀରଙ୍କୁ ପ୍ରେମ କରିବା ଆଳରେ ତାଙ୍କୁ ଭଲ ବାଟକୁ ଫେରାଇ ଆଣିବା ସହ ତାଙ୍କର ଅନ୍ତରଙ୍ଗ ଜୀବନସାଥୀ ହେଉଛନ୍ତି। ଉକ୍ତ ଚଳଚ୍ଚିତ୍ରରେ ରାଜବୀର ଓ ଅନିଶାଙ୍କ ବ୍ୟତୀତ ବବି ମିଶ୍ର, ସମରେଶ, କେ.କେ, ପିଣ୍ଟୁ ନନ୍ଦ, ରାଜୀବ ବାରିକ, ଶଙ୍କର, ପ୍ରଜ୍ଞା ଓ ଐଶ୍ବର୍ଯ୍ୟାଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର