ମୁକ୍ତିପ୍ରତୀକ୍ଷିତ ଓଡ଼ିଆ ସିନେମାର ନୂଆ ନାୟିକା

ଭୁବନେଶ୍ବର: ସରକାର ଅନୁମତି ଦେଲେ ପୁଣି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା। ମୁକ୍ତିଲାଭ କରିବାକୁ ଥିବା କେତେକ ଓଡ଼ିଆ ସିନେମାରେ ଦର୍ଶକ ନୂଆ ନାୟିକାଙ୍କୁ ଦେଖିବାକୁ ପାଇବେ, ଆସନ୍ତୁ ଜାଣିବା ସେମାନଙ୍କ ସଂପର୍କରେ….


ମନୀଷା: ସଂପ୍ରୀତି ଶତପଥୀଙ୍କ ପ୍ରଯୋଜିତ ତଥା ଜିତେନ୍ଦ୍ର ମହାପାତ୍ରଙ୍କ ନିର୍ଦେଶିତ ‘ଗାଁର ନାଁ ଗାଲୁଆପୁର’ରେ ପପୁ ପମପମଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ନବାଗତା ମନୀଷା।
ଲଭଲି ଲିଲି: ଏହି ନାୟିକାଙ୍କ ନାମ ମନୋରମା, ମାତ୍ର ସ୍କ୍ରିନ୍ ଉପରେ ଦର୍ଶକ ତାଙ୍କୁ ଜାଣିବେ ଲଭଲି ଲିଲି ଭାବରେ। ଲଭଲି ଲିଲି ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ପାଗଳ ମୁଁ ତୋ’ ପାଇଁ’ରେ ନାୟିକା ଭୂମିକାରେ ନଜର ଆସିବେ। ଏନ ପାଢ଼ୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନାୟକ ଭାବେ ଅଙ୍କିତ କୁମାର ଅଛନ୍ତି।

ରତଶ୍ରୀ: ‘ବାଜି ବାଜି ବାବାଜୀ’ ଟାଇଟଲ୍‌ରେ ଏକ ଓଡ଼ିଆ ସିନେମା ରିଲିଜ୍‌ ଅପେକ୍ଷାରେ ରହିଛି। ଏହି ଫିଲ୍ମର ନାୟିକା ହେଲେ ନବାଗତା ରତଶ୍ରୀ । ସେ ରକ୍‌ ପାତ୍ରଙ୍କ ସହ ଫିଲ୍ମରେ ଦେଖା ଦେବେ।

କଳ୍ପନା: ‘ତୁ ମୋ’ ଡ୍ରିମ୍‌ ଗାର୍ଲ’ରେ କଳ୍ପନା ନାମ୍ନୀ ଜଣେ ନବାଗତାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ପ୍ରିୟଙ୍କା ପ୍ରିୟଦର୍ଶିନୀ:ମୁକ୍ତି ପ୍ରତୀକ୍ଷିତ ଦୁଇ ଦୁଇଟି ଓଡ଼ିଆ ସିନେମାରେ ଦର୍ଶକ ନବାଗତା ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇବେ। ଏଥିମଧ୍ୟରୁ ଗୋଟିଏ ହେଲା ‘ଲଭ୍‌ ଇନ୍‌ କ୍ୟାପିଟାଲ୍‌’। ଏଥିରେ ନବାଗତ ଅନିକେତଙ୍କ ସହ ନଜର ଆସିବେ ପ୍ରିୟଙ୍କା। ଅପରପକ୍ଷରେ ‘ତୁ ମୋ’ ଡ୍ରିମ୍‌ ଗାର୍ଲ’ରେ ସେ ନୂଆ ନାୟକ ଶୁଭମ୍‌ ଗିରିଙ୍କ ବିପକ୍ଷରେ ଦେଖା ଦେବେ।

 

ସମ୍ବନ୍ଧିତ ଖବର