ଗଣେଶ ପୂଜାରେ ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କିସ୍ ମିସ୍‌’

ଭୁବନେଶ୍ବର:  ଗଣେଶ ପୂଜାରେ ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କିସ୍ ମିସ୍‌’। ଝିଲିକ୍‌ ମୋସନ୍‌ ପିକ୍‌ଚର୍ସ ବ୍ୟାନର୍‌ରେ ମୁକ୍ତିଲାଭ କରିବାକୁଯାଉଛି ଏହି ସିନେମା। ସ୍ୱରାଜ-ଶିବାନୀ ଯୋଡ଼ିଙ୍କୁ ନେଇ ନିର୍ମିତ ଏହି ସିନେମାଟି ଅଗଷ୍ଟ ୩୧ ତାରିଖ ଅର୍ଥାତ ଗଣେଶ ପୂଜା ଦିନ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ସୁଶାନ୍ତ ମଣି ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିନେତ୍ରୀ ତଥା ପ୍ରଯୋଜିକା ଝିଲିକ୍‌ ଭଟ୍ଟାଚାର୍ଯ୍ୟ ଏହାର ପ୍ରଯୋଜନା କରିଛନ୍ତି। ଏଥିରେ ନିର୍ମଳ ନାୟକ ଗୀତ ଲେଖିଥିବା ବେଳେ ଅଭିଜିତ ମଜୁମଦାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପୂର୍ବରୁ ସ୍ୱରାଜ-ଶିବାନୀ ଯୋଡ଼ିଙ୍କୁ ବଡ଼ ପରଦାରେ ଏକାଠି ଦେଖିସାରିଛନ୍ତି ଦର୍ଶକ। ତେବେ ଏଥିରେ ଉଭୟଙ୍କ ଲଭ୍‌, ରୋମାନ୍ସ ସହ କିଛି ଆକ୍ସନ୍‌ ସିନ୍ ମଧ୍ୟ ଦେଖିବାକୁ ମିଳିବ। ସ୍ୱରାଜ ଏଥିରେ ପ୍ରଥମ ଥର ପାଇଁ ଦୃଷ୍ଟିବାଧିି ଯୁବକ ଭାବେ ଅଭିନୟ କରିଛନ୍ତି। ପ୍ରେମକୁ ନେଇ କାହାଣୀ ଗତିଶୀଳ ହେଇଥିବା‌ ବେଳେ ପ୍ରେମିକ ସ୍ୱରାଜ ଓ ପ୍ରେମିକା ଶିବାନୀଙ୍କ ବାସ୍ତବ ଅଭିନୟ ଦର୍ଶକଙ୍କ ମନ କିଣିନେବ। ଏ ଦୁହିଁଙ୍କ ବ୍ୟତୀତ ଉକ୍ତ ଚଳଚ୍ଚିତ୍ରରେ ପ୍ରୀତିରାଜ, ସୋମେନ ପୂଜାରୀ, ନୀତୁ ସିଂ, ମାନିନୀ, ଲିଙ୍କନ ପଟ୍ଟନାୟକ, ଧରିତ୍ରୀ ପ୍ରମୁଖ ନଜରକୁ ଆସିବେ।

ଓଡ଼ିଶା ଭିତରେ ସିନେମାର ସୁଟିଂ ହୋଇଥିବା ବେଳେ କେବଳ ଗୀତଦୃଶ୍ୟ ଓଡ଼ିଶା ବାହାରେ ସୁଟିଂ ହୋଇଛି। ଗଣେଶ ପୂଜାରେ ସିନେମାଟି ମୁକ୍ତିଲାଭ କରୁଥିବାରୁ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖାଦେଇଛି। ସାରା ଓଡ଼ିଶାରେ ପ୍ରେକ୍ଷାଳୟରେ ‘କିସ୍ ମିସ୍‌’ ଫିଲ୍ମ ମୁକ୍ତିଲାଭ କରିବ। ପୂର୍ବରୁ ଝିଲିକ୍‌ ମୋସନ ପିକଚର୍ସ ବ୍ୟାନର୍‌ରେ ରୁଦ୍ରାଣୀ, ତୋର ମୋର କଟି, ତୁ ମୋର ସିଏ ଆଦି ନିର୍ମିତ ହୋଇ ମୁକ୍ତିଲାଭ ଅପେକ୍ଷାରେ ରହିଛି।

ସମ୍ବନ୍ଧିତ ଖବର