ସାଥୀ ତୁ ମୋର ଜନ୍ମ ଜନ୍ମର

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ସାଥୀ ତୁ ମୋର ଜନ୍ମ ଜନ୍ମର’ର ଶୁଭ ମହୁରତ ଅନୁଷ୍ଠିତ ହେଇଯାଇଛି। ବନ୍ଧୁତ୍ବ କେବେ ଭାଙ୍ଗେ ନାହିଁ କି ଥମେ ନାହିଁ। ହେଲେ ଆଜିର ସମୟରେ ଯୁବପିଢ଼ି ଗୋଟିଏ ଛୋଟ ଛୋଟ ଭୁଲ ପାଇଁ ନିଜର ବନ୍ଧୁତାକୁ ହରାଇ ବସୁଛନ୍ତି ତାହା ଏହି ଚଳଚ୍ଚିତ୍ର କାହାଣୀରେ ପ୍ରତିଫଳିତ ହେଇଛି। ଏଥିରେ ମୁଖ୍ୟ ଭୂମିକାରେ କାଳିଚରଣ, ମାନସ ଥିବା ବେଳେ ନାୟକ ଭୂମିକାରେ ବବୁଲ୍ ଓ ଭିକ୍କି ରହିଛନ୍ତି। ନାୟିକା ଭୂମିକାରେ ଆନାୟା ଓ ବନ୍ଦନାଙ୍କୁ ଦେଖିବାକୁ ମିଳିବ। ଥ୍ରି-ଜେନ୍ ଷ୍ଟୁଡିଓ ପରିସରରେ ମହୁରତ ହେଇଥିବା ଏହି ଉତ୍ସବରେ ପ୍ରଯୋଜିକା ଚୁମୁକି ଗୋସାଲ୍ ଓ ମମତା ରଥ, ନିର୍ଦ୍ଦେଶକ ବାବୁ, ସହ ନିର୍ଦ୍ଦେଶକ ଦେବେଶ ଚାଟାର୍ଜୀ, ସଙ୍ଗୀତ ନିର୍ଦ୍ଦେଶକ ଜୟଦେବ ମିଶ୍ର, ସଂଳାପକାର ସନ୍ତୋଷ ମହାପାତ୍ର, ନୃତ୍ୟ ନିର୍ଦ୍ଦେଶକ ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର