ମୁମ୍ବାଇ: ବଲିଉଡ଼୍ର ଲାଟେଷ୍ଟ୍ ସେନସେସନ୍ ସାରା ଅଲ୍ଲୀ ଖାନ୍ ‘କେଦାରନାଥ୍’ଫିଲ୍ମରୁ ଡ଼େୁବ୍ୟ କରିଥିଲେ। ଏହି ଫିଲ୍ମରେ ତାଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନିଆଯାଇଥିଲା।କିନ୍ତୁ ପ୍ରଯୋଜିକା ପେରଣା ଅରୋରା ଓ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ମଧ୍ୟରେ ତୀବ୍ର ମତଭେଦ ହେଲା। ପ୍ରେରଣା ଅଭିଯୋଗ କରିଲେ ଯେ,ଅଭିଷେକ ଜାଣିଶୁଣି ଫିଲ୍ମର ବଜେଟ୍ ବଢ଼ାଇଛନ୍ତି। ଅନ୍ୟପକ୍ଷରେ ଅଭିଷେକ କପୁର କହିଲେ ଯେ ‘କେଦାରନାଥ’୍ ଫିଲ୍ମର ୟୁନିଟ୍ ସଦସ୍ୟମାନଙ୍କୁ ପାରିଶ୍ରମିକ ମିଳି ନ ଥିବା ହେତୁ ଏହାର ସୁଟିଂ ବନ୍ଦ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପରେ ‘କେଦାରନାଥ୍’ର ରିଲିଜ୍କୁ ନେଇ ଅଚଳାବସ୍ଥା ଦେଖା ଦେଇଥିଲା। ଏବେ କିନ୍ତୁ ଜଣେ ପ୍ରଯୋଜକ ଏହି ଫିଲ୍ମର ନିର୍ମାଣ ଅଧିକାର କିଣିବା ପରେ ସବୁ ଠିକ୍ଠାକ୍ ହୋଇଯାଇଛି।ମିଳିଥିବା ସୂଚନା ଅନୁଯାୟୀ ପ୍ରଖ୍ୟାତ ପ୍ରଯୋଜକ ରୋନି ସ୍କ୍ରୁଓ୍ଵାଲା ‘କେଦାରନାଥ୍’ର ଅବଶିଷ୍ଟ କାମ ଶେଷ କରିବେ। ପୂର୍ବରୁ ଫିଲ୍ମରେ ଖର୍ଚ୍ଚ ହୋଇଥିବା ୨୨ କୋଟି ଟଙ୍କା ସେ ଦେଇ ସାରିଛନ୍ତି। ଏଥିରୁ ପ୍ରଯୋଜକ ଭୂଷଣ କୁମାର ଓ ପ୍ରେରଣା ଅରୋରା ୧୪ କୋଟି ଓ ଏକତା କପୁର ୮ କୋଟି ଟଙ୍କା ପାଇଛନ୍ତି।
ରୋନିଙ୍କ କହିବା ଅନୁଯାୟୀ ଫିଲ୍ମର କାହାଣୀ ତାଙ୍କୁ ବହୁତ ଭଲ ଳାଗିଲା। ‘କେଦାରନାଥ୍’ଏକ ପ୍ରେମ କାହାଣୀ ଆଧାରିତ। ଏବେ ଚଳିତ ମାସ ଶେଷ ଆଡ଼କୁ ‘କେଦାରନାଥ୍’ର ସୁଟିଂ ପୁଣି ଆରମ୍ଭ ହେବ ଓ ଏହା ଆଗାମୀ ବର୍ଷ ରିଲିଜ୍ ହେବ ବୋଲି ଜଣାଯାଇଛି।