ମୁମ୍ବାଇ: ସୋନି ଟିଭିରେ ଆରମ୍ଭ ହେବାକୁ ଯାଉଛି ‘କପିଲ୍ ଶର୍ମା ସୋ ସିଜିନ୍-୨’। ଲୋକପ୍ରିୟ କମେଡି କିଙ୍ଗ୍ କପିଲ୍ ଶର୍ମାଙ୍କ ସୋ’ ଟିଭିରେ ଚାଲିଲା ବେଳେ ଅଧାରୁ ଅଧିକାଂଶ ଲୋକ କାମ ଛାଡ଼ି ଟିଭି ଆଗରେ ବସି ପଡ଼ନ୍ତି। ତେବେ, ଏହି ସୋ’ ପାଇଁ ସୋନି ଟିଭି ପକ୍ଷରୁ ଏକ ଭାବପ୍ରବଣ ଭରା ପ୍ରମୋସ୍ନାଲ୍ ଭିଡିଓ ପ୍ରସ୍ତୁତ କରାଯାଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ କପିଲଙ୍କ ସୋ’ ଆରମ୍ଭ ହେଲେ ଜେଜେ-ନାତି ଏକତ୍ର ଦିଶନ୍ତି, ଜାତି ଓ ସଂପ୍ରଦାୟ ନିର୍ବିଶେଷରେ ଲୋକେ ଏକାଠି ବସନ୍ତି, ପରିବାର ଭିତରେ ହସର ଲହରୀ ଖେଳେ, ହସି ହସି ରୋଗୀକୁ ଉପଶମ ମିଳୁଥିବା ବେଳେ ରାସ୍ତାଘାଟ ସବୁଠି ଦିଶେ କପିଲଙ୍କ ସୋ’ର ପ୍ରଭାବ।
Poore India ko ek saath hasaane aa raha hai #TheKapilSharmaShow! Jald hi sirf Sony par. @KapilSharmaK9pic.twitter.com/nDvw0Zl5W0
— Sony TV (@SonyTV) 27 November 2018
ସୋନି ଟିଭି ପକ୍ଷରୁ କପିଲଙ୍କ ସୋ’ର ଏକ ପୋଷ୍ଟର ଜାରି କରାଯାଇ ଜଲ୍ଦ ହସାୟେଙ୍ଗେ ବୋଲି ଲେଖାଯାଇଛି। ତାହାକୁ ଟୁଇଟ୍ କରି ଟୁଇଟର୍ରେ ଲେଖାଯାଇଛି ଯେ ‘ପୂରା ଦେଶକୁ ଏକା ସହ ହସାଇବାକୁ ଆସୁଛି। କେବଳ ସୋନି ଟିଭିରେ।’