ଏହି ରୂପରେ ପୁଣି ପସନ୍ଦ ଆସିବେ ଅପରାଜିତା !

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ଇତିମଧ୍ୟରେ ଅଭିନୟ କ୍ଷେତ୍ରରେ ପ୍ରାୟ ୩୭ ବର୍ଷ ବିତାଇ ସାରିଲେଣି। ସେ ଏବେ ବି ସକ୍ରିୟ ଅଛନ୍ତି। ତାଙ୍କୁ ଦର୍ଶକ ବେଶ୍‌ କିଛି ବ୍ୟବଧାନରେ ଏକ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ପାଇବେ। ନାୟିକାରୁ ଚରିତ୍ର ଅଭିନେତ୍ରୀ ଭାବେ ପରଦା ଉପରେ ନିଜର ଅଭିନୟ ଦକ୍ଷତା ବହୁବାର ପ୍ରତିପାଦିତ କରିଛନ୍ତି ଅପରାଜିତା।

ଚରିତ୍ର ଅଭିନେତ୍ରୀ ଭାବେ ଅପରାଜିତା‘ଯଶୋଦା’,ଶୁଭଦ୍ରା,ମା’ ପରି କିଏ ହେବ,ରକତ ଚିହ୍ନିଛି ନିଜର କିଏ,ଧର୍ମ ସହିଲେ ହେଲା,ଧନରେ ରଖିବୁ ଶପଥ ମୋର ସମତେ ବେଶ୍‌ କେତୋଟି ସିନେମାରେ ଚାଲେଂଜିଂ ଭୂମିକା ନିଭାଇଥିଲେ।


ଏବେ ସେହି ଧରଣର ଏକ ପ୍ରଭାବଶାଳୀ ଭୂମିକାରେ ଆସୁଛନ୍ତି ଅପରାଜିତା। ହଁ ସେ ଏକ ଲୋକପ୍ରିୟ କାହାଣୀ ଉପରେ ଆଧାରିତ ସିନେମାରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମର ନାଆଁ ହେଲା‘ନାୟକର ନାଆଁ ଦେବଦାସ’। ଏହାର କଥାବସ୍ତୁ ପ୍ରଖ୍ୟାତ ଔପନ୍ୟାସିକ ଶରତଚନ୍ଦ୍ରଙ୍କ କାଳଜୟୀ ଉପନ୍ୟାସ‘ଦେବଦାସ’ଉପରେ ଆଧାରିତ ବୋଲି ଜଣାଯାଇଛି। ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ‘ନାୟକର ନାଆଁ ଦେବଦାସ’ର ତିନି କେନ୍ଦ୍ରୀୟ ଭୂମିକା ହେଲା-ଦେବଦାସ,ପାରୋ ଓ ଚନ୍ଦ୍ରମୁଖୀ। ଏହି ସିନେମାରେ ‘ଚନ୍ଦ୍ରମୁଖୀ’ର ମାଆ ଭୂମିକାରେ ଅଭିନୟ କରିଛନ୍ତି ଅପରାଜିତା। ଦର୍ଶକ ଅପରାଜିତାଙ୍କୁ ଏଭଳି ଏକ ଭୂମିକାରେ ନିଶ୍ଚିତ ପସନ୍ଦ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର