ଆଜି ରାତିରୁ ମଞ୍ଜରୀରେ ପ୍ରସାରିିତ ହେବ ନୂଆ ହାସ୍ୟ ଧାରାବାହିକ ‘କିଡ୍‌ନାପ କମ୍ପାନୀ’

ଭୁବନେଶ୍ବର : ଶୁକ୍ରବାରରୁ ଓଡ଼ିଶାର ପ୍ରଥମ ୨୪ ଘଣ୍ଟିଆ ଫ୍ରି ଟୁ ଏୟାର୍ ମନୋରଞ୍ଜନ ଚାନେଲ ମଞ୍ଜରୀରେ ପ୍ରସାରିତ ହେବାକୁ ଯାଉଛି ନୂଆ ହାସ୍ୟରସାତ୍ମକ ଧାରବାହିକ ‘କିଡ୍‌ନାପ କମ୍ପାନୀ’। ଏହା ପ୍ରତି ଶୁକ୍ରବାର ଓ ଶନିବାର ରାତି ୯ଟାରେ ‘ମଞ୍ଜରୀ’ରେ ପ୍ରସାରିତ ହେବ।

ଘଟଣାକ୍ରମେ ବିଫଳତାର ସ୍ବାଦ ଚାଖିଥିବା ତିନି ଜଣ ଲୋକ ଆଉ ଜଣେ ଟିକ୍‌ଟକ୍‌ କୁଇନଙ୍କ ମୁଣ୍ଡରେ ଢୁକେ ଗୋଟିଏ ଅଦ୍ଭୁତ ଯୋଜନା। ସେମାନେ ତିଆରି କରନ୍ତି ଏକ କମ୍ପାନୀ; ଆଉ ତାହାର ନାଁ ଦିଅନ୍ତି ‘କିଡ୍‌ନାପ କମ୍ପାନୀ’। ଏହି କମ୍ପାନୀ ଓ ସେମାନଙ୍କର କାର୍ଯ୍ୟକଳାପ ତାଙ୍କୁ ଆଗାମୀ ଦିନରେ ସଫଳତା ଦେଉଛି ନା ପ୍ରତି ପଦକ୍ଷେପରେ ବିଫଳତାର ସ୍ବାଦ ଚଖାଉଛି ଏହାକୁ ନେଇ କାହାଣୀଟି ଗତିଶୀଳ।

ପ୍ରଜ୍ଞାନ, ଶଙ୍କର, ପ୍ରଣବ ଓ ସୁଶ୍ରୀ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଚୌଧୁରୀ ଜୟପ୍ରକାଶ ଦାସ, ଧୀର ମଲ୍ଲିକ, ଜୀବନ ପଣ୍ତା, ସୁଶାନ୍ତ ମହାପାତ୍ର, ଶକ୍ତି ବରାଳ, ବିପ୍ଳବ ଓ ପିଙ୍କି ପ୍ରମୁଖଙ୍କୁ ଏହି ଧାରାବାହିକରେ ଦେଖିବାକୁ ମିଳିବ।

ଅମିୟ ପଟ୍ଟନାୟକ ପ୍ରଡକ୍ସନ ପକ୍ଷରୁ  ପ୍ରସ୍ତୁତ ଏହି ଧାରିବାହିକର ନିର୍ଦେଶନା ଓ ପ୍ରଯୋଜନାର ଭାର ସମ୍ଭାଳିଛନ୍ତି ଅନୁପମ ପଟ୍ଟନାୟକ। ପ୍ରଣବ ପ୍ରସନ୍ନ ଏଥିରେ ଅଭିନୟ କରିବା ସହିତ ଏହାର କାହାଣୀ ଲେଖିଛନ୍ତି। ଏହି ଧାରାବହିକର ସଂଗୀତ ଦାୟିତ୍ବରେ ଅନୁରାଗ ପଟ୍ଟନାୟକ ଥିବା ବେଳେ ଚିତ୍ର ଉତ୍ତୋଳନ ଦ‌ାୟିତ୍ବ ତୁଲାଇଛନ୍ତି ଦୀପକ କୁମାର।

ସମ୍ବନ୍ଧିତ ଖବର