ରିଲିଜ ହେଲା ସର୍ଟ ଫିଲ୍ମ ‘ଅଧାଲେଖା ଚିଠି’ର ଗୀତ

ଭୁବନେଶ୍ୱର : ଫୋନିକ୍ସ ଫିଲ୍ମ ଲ୍ୟାବ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଭିଟ୍ୟୁନ୍‌ସ ପ୍ରୋ ଓ ପଢ଼ିଆରି କ୍ରିଏଟିଭ୍‌ସ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି ଏକ ନିଆରା ପ୍ରେମକାହାଣୀକୁ ନେଇ ସର୍ଟଫିଲ୍ମ ‘ଅଧାଲେଖା ଚିଠି।’ ୨୨ମିନିଟର ଏହି ସର୍ଟ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ପାଢୀ। ଆଜି ଏହି ସର୍ଟ ଫିଲ୍ମର ଗୀତ ଭିଟ୍ୟୁନ୍‌ସ ପ୍ରୋ ୟୁ ଟ୍ୟୁବ୍‌ ଚ୍ୟାନେଲରେ ରିଲଜ ହୋଇଛି। ଫିଲ୍ମର ଗୀତ ମାନସ ପଢିଆରୀ ଲେଖିଥିଲା ବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀକାନ୍ତ ପଣ୍ଡା। ଲୋକପ୍ରିୟ ଗାୟକ ରତିକାନ୍ତ ଶତପଥି ଏହି ଗୀତଟି ଗାଇଛନ୍ତି। ଶିବାନନ୍ଦ ଜେନା ଏଡିଟିଙ୍ଗ କରିଥିଲା ବେଳେ, ସତ୍ୟମ ଶିବମ ସୁନ୍ଦରମ କ୍ୟାମେରା ନିର୍ଦ୍ଦେଶକ ଅଛନ୍ତି। ଏହି ସର୍ଟ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଚିନ୍ମୟ, ଶ୍ରଦ୍ଧା ଓ ସୋନାଲି। ପୂରା ଫିଲ୍ମଟି ଜୁଲାଇ ୨୦ତାରିଖରେ ରିଲିଜ ହେବ।

ସମ୍ବନ୍ଧିତ ଖବର