ଏହି ନବାଗତା ନାୟିକାମାନେ ଓଲିଉଡରେ ଏଣ୍ଟ୍ରି ନେଇଛନ୍ତି ଏବର୍ଷ

ଏବର୍ଷର ଆରମ୍ଭ ହୋଇଥିଲା ଜାନୁଆରି ୧ରେ ମୁକ୍ତିଲାଭ କରିଥିବା ‘ଗଡଫାଦର ’ ଓ ନିଝୁମ୍‌ ରାତିର ସାଥୀରୁୁ । ଉଭୟ ସିନେମାରୁ ହିଁ ଆରମ୍ଭ ହୋଇଥିଲା ନବାଗତା ନାୟିକାମାନଙ୍କର ଯାତ୍ରା । ଆସନ୍ତୁ ନଜର ପକାଇବା କେଉଁ ନବାଗତାମାନେ ୨୦୧୭ରେ ପରଦାକୁ ଆସିଛନ୍ତି ।

ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଗଡଫାଦର୍‌’ରେ ଜଣେ ନବାଗତା ନାୟିକା ଅନନ୍ୟାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ଠିକ୍‌ ସେହିପରି ନିଝୁମ ରାତିର ସାଥୀରେ ସୋନାଲି ପ୍ରଥମଥର ପାଇଁ ନାୟକ ଚନ୍ଦନଙ୍କ ସହ ଯୋଡ଼ି ହୋଇ ଆସିଥିଲେ । ସତ୍ୟକାନ୍ତ ସାହୁଙ୍କ ପ୍ରଯୋଜିତ ତଥା ଟି ଗଣେଶଙ୍କ ନିର୍ଦ୍ଦେଶିତ ‘ ଦି ଏଣ୍ଡ’ ରେ ବଙ୍ଗୀୟ ନାୟିକା, ମେଘା,‘ ଆଖି ଖୋଲିଲେ ତୁ ହି ତୁ ’ରେ ନମ୍ରତା ସିଂହ ଦେଓ, ‘ସୀତାରାମଙ୍କ ବାହାଘର କଳିଯୁଗରେ’ ରେ ମନୀଷା, ତୁ ମୋ’ ଲଭଷ୍ଟୋରି’ରେ ଭୂମିକା , ଟିକେ ଖରା ଟିକେ ଛାଇରେ ପ୍ରିୟଙ୍କା, ଟପୋରିରେ ଅନେ୍ଵଷା ଓଲିଉଡରେ ଟେବ୍ୟୁ କରିଥିଲେ ।

ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ମିଠାମିଠା’ ଦୁଇ ଜଣ ନବାଗତା ନାୟିକା ଅଙ୍କିତା ଓ ଶ୍ରଦ୍ଧା ପ୍ରଥମ ଥର ପାଇଁ ପରଦାକୁ ଆସିଥିଲେ । ଠିକ୍‌ ସେହିପରି ଅମୀୟ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ‘ତୁଳସୀ ଅପା’ରେ ବର୍ଷା ନାୟକ ପ୍ରଥମ ଥର ଲାଗି ନାୟିକା ଭୂମିକାରେ ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ଅନ୍ୟ ପକ୍ଷରେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ ସିଷ୍ଟର ଶ୍ରୀଦେବୀ’ରେ ଜଣେ ନବାଗତା ଶିବାନୀଙ୍କୁ ବାବୁସାନଙ୍କ ଅପୋଜିଟ୍‌ରେ ଦେଖିବାକୁ ପାଇଥିଲେ ଦର୍ଶକ ।

ଠିକ୍‌ ସେହିପରି ‘ଭକ୍ତ ଓ ଭଗବାନ୍‌’ରେ ରିତିକା ରଥ, ‘ଭୈରବ’ରେ ଆହନା ଏବଂ ଆଲିଶା, ତୋ’ ପ୍ରେମରେ ପଡ଼ିଲାପରେ ’ରେ ପୂଜା ଦୀଓ୍ଵାଙ୍ଗ,‘ଟିକେ ଅନାଡି ପୁର ଖିଲାଡି’ରେ ସଞ୍ଜନା, ‘ଏମିତି ବି ହୋଇପାରେ’ରେ ରୁପାଲୀ, ‘ସପନର ପଥେ ପଥେ’ରେ ସନମୀରା, ‘କଥା ନୁହେଁ ଏକଥା’ରେ ସୋନାଲୀ ରାୟ ଏବଂ ଶ୍ରୁତି ପ୍ରମୁଖ ଓଲିଉଡରେ ଡେବ୍ୟୁ କରିଛନ୍ତି।

ସମ୍ବନ୍ଧିତ ଖବର