ମୁମ୍ବାଇ: ୨୦୧୮ରେ ରିଲିଜ୍ ହେବାକୁ ଥିବା ହିନ୍ଦୀ ସିନେମାରେ ଦର୍ଶକ କେତେକ ନୂଆ ଯୋଡ଼ିଙ୍କୁ ପରଦାରେ ଦେଖିବାକୁ ପାଇବେ।ଏଥି ମଧ୍ୟରୁ ଯେଉଁମାନେ ବେଶ୍ ଚର୍ଚ୍ଚାରେ ଅଛନ୍ତି ,ସେମାନଙ୍କ ସଂପର୍କରେ ଜାଣିବା......
ଶାହିଦ୍ କପୁର୍-ଦୀପିକା ପାଦୁକୋନ୍:- ବଲିଉଡ଼୍ର ଲୋକପ୍ରିୟ ନାୟକ ଶାହିଦ୍ କପୁର୍ ଓ ନାୟିକା ଦୀପିକା ପାଦୁକୋନ୍ ପ୍ରଥମ ଥର ଲାଗି ସଞ୍ଜୟ ଲୀଲା ଭଂସାଲିଙ୍କ ବିବାଦୀୟ ଚଳଚ୍ଚିତ୍ର‘ପଦ୍ମାବତୀ’ରେ ଏକାଠି ନଜର ଆସିବେ।ଏଥିରେ ଶାହିଦ୍ ରାଜା ରତନ ସିଂହ ଭୂମିକାରେ ଥିବାବେଳେ ରାଣୀ ପଦ୍ମାବତୀ ଚରିତ୍ରରେ ଅଛନ୍ତି ଦୀପିକା।ଏହି ଯୋଡ଼ିର କେମେଷ୍ଟ୍ରି ଦେଖିବାକୁ ବାକି ଅଛି।
ରଣବୀର ସିଂହ-ଆଲିଆ ଭଟ୍ଟ:- ‘ୟେ ଜିନ୍ଦେଗି ନା ମିଲେଗି ଦୋବାରା’ ଫେମ୍ ନିର୍ଦ୍ଦେଶିକା ଜୋୟା ଅଖତରଙ୍କ ନୂଆ ସିନେମା‘ଗୁଲ୍ଲି ବଏଜ୍’ରେ ପ୍ରଥମଥର ଲାଗି ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଯୋଡ଼ି ପରଦାକୁ ଆସିବେ।
ଅକ୍ଷୟ କୁମାର-ରାଧିକା ଆପ୍ଟେ:- ପ୍ରଖ୍ୟାତ ନିର୍ଦ୍ଦେଶକ ଆର୍ ବାଲ୍କୀଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ପ୍ୟାଡ଼୍ମ୍ୟାନ୍’ରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନଜର ଆସିବେ ରାଧିକା ଆପ୍ଟେ। ତେବେ ଏହି ସିନେମାରେ ସୋନମ୍ କପୁର ବି ଅଛନ୍ତି ଅନ୍ୟତମ ନାୟିକା ଭୂମିକାରେ।
ସିଦ୍ଧାର୍ଥ ମାଲହୋତ୍ରା-ରକୁଲ ପ୍ରୀତ୍ ସିଂହ:- ପ୍ରତିଭାବାନ୍ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ଫିଲ୍ମ ‘ଅୟାରୀ’ରେ ସିଦ୍ଧାର୍ଥ ମାଲହୋତ୍ରା ଓ ରକୁଲ ପ୍ରୀତ୍ ସିଂହଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ ସିନେପ୍ରେମୀ।
ସୁଶାନ୍ତ ସିଂହ ରାଜପୁତ୍-ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍:- ଜଣାଶୁଣା ନିର୍ଦ୍ଦେଶକ ତରୁଣ ମନସୁଖାନୀଙ୍କ ନୂଆ ସିନେମା ‘ଡ୍ରାଇଭ୍’ରେ ଏକାଠି ଆସିଛନ୍ତି ସୁଶାନ୍ତ ସିଂହ ରାଜପୁତ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍।ଏହି ଯୋଡିଙ୍କର ଏହା ପ୍ରଥମ ସିନେମା ହେବ।
ଭିକି କୌଶଲ-ଆଲିଆ ଭଟ୍ଟ:-ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ନୂଆ ସିନେମା‘ରାଜି’ରେ ପ୍ରଥମ ଥର ପାଇଁ ଭିକି କୌଶଲ-ଆଲିଆ ଭଟ୍ଟଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ।
/sambad/media/post_attachments/wp-content/uploads/2018/01/ishaan-jhanvi-indiatoday-300x188.jpg)
ଇସାନ୍ ଖଟ୍ଟର-ଜାହ୍ନବୀ କପୁର୍:- ନିର୍ଦ୍ଦେଶକ ଶଶାଙ୍କ ଶୈତାନ୍ଙ୍କ ବହୁ ପ୍ରତୀକ୍ଷିତ ସିନେମା‘ଧଡ଼କ୍’ରେ ପ୍ରଥମ ଥର ପାଇ ଁ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଓ ଶାହିଦ୍ କପୁରଙ୍କ ଭାଇ ଇସାନ୍ ଖଟ୍ଟର ଯୋଡ଼ି ବନାଇଛନ୍ତି।ଉଭୟଙ୍କର ଏହା ଡ଼େବ୍ୟୁ ଫିଲ୍ମ।
ବରୁଣ ଧଓ୍ଵନ୍-ଅନୁଷ୍କା ଶର୍ମା:-ନିର୍ଦ୍ଦେଶକ ଶରତ କଟାରିଲାଙ୍କ ଫିଲ୍ମ ‘ସୁଇ ଧାଗା’ରେ ବରୁଣ ଧଓ୍ଵନ୍ -ଅନୁଷ୍କା ଶର୍ମାଙ୍କ ଯୋଡ଼ି ପ୍ରଥମ ଥର ପାଇଁ ପରଦାକୁ ଆସୁଛନ୍ତି।
/sambad/media/post_attachments/wp-content/uploads/2018/01/varun-dhawan-banita-sandhu-film-octoberind-exp-300x167.jpg)
ବରୁଣ ଧଓ୍ଵନ୍- ବନିତା ସାନ୍ଧୁ:-ପ୍ରଖ୍ୟାତ ନିର୍ଦ୍ଦେଶକ ସୁଜିତ ସରକାରଙ୍କ ଫିଲ୍ମ ‘ଅକ୍ଟୋବର’ରେ ବରୁଣ ଧଓ୍ଵନ୍ଙ୍କ ବିପକ୍ଷରେ ନବାଗତା ବନିତା ସାନ୍ଧୁ ନଜର ଆସିବେ।
ସୁଶାନ୍ତ ସିଂହ ରାଜପୁତ୍-ସାରା ଅଲ୍ଲୀ ଖାନ୍:-ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଫିଲ୍ମ ‘କେଦାରନାଥ’ରେ ଏହି ଯୋଡ଼ି ପ୍ରଥମଥର ପାଇଁ ପରଦାକୁ ଆସିବେ।
/sambad/media/post_attachments/wp-content/uploads/2018/01/akshay-kumar-mouni-roy-twitter_640x480_61499848562-300x199.jpg)
ଅକ୍ଷୟ କୁମାର-ମୌନୀ ରୟ:- ପ୍ରଖ୍ୟାତ ନିର୍ଦ୍ଦେଶିକା ରୀମା କାଗ୍ତିଙ୍କ ‘ ଗୋଲଡ୍’ରେ ଦର୍ଶକ ଅକ୍ଷୟ କୁମାର-ମୌନୀ ରୟ ଯୋଡିକୁ ପ୍ରଥମ ଥର ଭେଟିବେ। ଏହା ମୌନୀଙ୍କ ଡେବ୍ୟୁ ସିନେମା। ୧୯୪୮ ମସିହାରେ ଭାରତର ଅଲମ୍ପିକ୍ସରେ ପ୍ରଥମ ସୁବର୍ଣ୍ଣ ପଦକ ହାସଲ ପ୍ରସଙ୍ଗ ଉପରେ ଏହାର କାହାଣୀ ଆଧାରିତ । ଏହି ସିନେମାରେ ଅକ୍ଷୟ କୁମାର ଅଛନ୍ତି ଲିଡ୍ ରୋଲ୍ରେ ଏବଂ ତାଙ୍କ ବିପକ୍ଷରେ ନାୟିକା ଭାବେ ଡେବ୍ୟୁ କରୁଛନ୍ତି ଟେଲି ଷ୍ଟାର୍ ମୌନୀ ରୟ ।