ଚଳିତ ବର୍ଷ ଏହି ନୂଆ ପ୍ରଯୋଜକଙ୍କର ଆବିର୍ଭାବ ଘଟିଛି ଓଲିଉଡରେ

ଭୁବନେଶ୍ୱର: ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ବି କେତେକ ନୂଆ ପ୍ରଯୋଜକଙ୍କର ଆବିର୍ଭାବ ଘଟିଛି ଓଲିଉଡରେ। ଆସନ୍ତୁ ନଜର ପକାଇବା କେଉଁ ଏ ବର୍ଷ କେଉଁ ନବାଗତ ପ୍ରଯୋଜକମାନେ ଓଲିଉଡରେ ଏଣ୍ଟ୍ରି ନେଇଛନ୍ତି।
ବର୍ଷ ଆରମ୍ଭରେ ରିଲିଜ୍‌ ହୋଇଥିବା ଓଡ଼ିଆ ସିନେମା ‘ନିଝୁମ୍‌ ରାତିର ସାଥୀ’ର ପ୍ରଯୋଜକ ସନ୍ତୋଷ କୁମାର ସିଂହ ୨୦୧୭ର ଜଣେ ନବାଗତ। ଠିକ୍‌ ସେହିପରି ତୁମକୁ ଦେଖିଲା ପରେ ଟାଇଟଲରେ ଏକ ସିନେମାର ପ୍ରଯୋଜନା କରିଥିବା ଶୁଭମ ପାଢ଼ୀ ନୂଆ କରି ସିନେମା ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଛନ୍ତି। ଏ ବର୍ଷର ଏକ ଚର୍ଚ୍ଚିତ ସିନେମା ‘କଥା ଦେଲି ମଥା ଛୁଇଁ’ର ପ୍ରଯୋଜନା କରିଥିବା ଶ୍ରୀଧର ମାର୍ଥା ମଧ୍ୟ ଜଣେ ନବାଗତ । ସେ ଅବଶ୍ୟ ଏହାପରେ ଅନ୍ୟ ଏକ ସିନେମା ‘ଯୋଗୀ’ର ସୁଟିଂ ବି ଶେଷ କରିଛନ୍ତି। ଠିକ୍‌ ସେହିପରି ସଞ୍ଜୟ କୁମାର ଚୌଧୁରୀ ନାମକ ଜଣେ ନୂଆ ପ୍ରଯୋଜକ ଆଖି ଖୋଲିଲେ ତୁ ହିଁ ତୁ ଟାଇଟଲରେ ଏକ ସିନେମା ନିର୍ମାଣ କରିଛନ୍ତି ଏ ବର୍ଷ।

ଜଣାଶୁଣା ସାଉଥ୍‌ ପ୍ରଯୋଜକ ଇ.ଶେଷାଗିରି-ଏମ୍‌ ପିଚିି ରେଡ଼ି ୨୦୧୭ରେ ସୀତାରାମଙ୍କ ବାହାଘର କଳିଯୁଗରେ ଟାଇଟଲରେ ଏକ ଓଡ଼ିଆ ସିନେମାର ନିର୍ମାଣ କରିଛନ୍ତି। ଏହା ଅବଶ୍ୟ ଉଭୟ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ନିର୍ମିତ ହୋଇଛି।ଅପରପକ୍ଷରେ ନୂଆ ପ୍ରଯୋଜକ ରବି ନାରାୟଣ ଦାସ ‘ଏମିତି ବି ହୋଇପାରେ’,ଡ଼ ପ୍ରୀତି ଅମରେଶ ମାଝି ‘ଟିକେ ଅନାଡ଼ି ପୁରା ଖିଲାଡ଼ି’ ଏବଂ ସଞ୍ଜୟ ରାଉତ-ତ୍ରିଲୋଚନ ଦାସ ‘ମିଠା ମିଠା’ ଶୀର୍ଷକରେ ଓଡ଼ିଆ ଛବିର ପ୍ରଯୋଜନା କରିଥିଲେ। ନବାଗତ କଲ୍ୟାଣ ସୁନ୍ଦରାୟ ୨୦୧୭ରେ ଜଷ୍ଟ ମୋହବତ ଟାଇଟଲରେ ଏକ ସିନେମା ନିର୍ମାଣ କରିଥିବା ବେଳେ ସୌଭାଗ୍ୟ ରଂଜନ ପରିଡ଼ା ‘ବଦମାସ ଟୋକା’ର ନିର୍ମାଣ କରିଥିଲେ।


ନାୟିକା-ପ୍ରଯୋଜିକା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ପ୍ରଥମ ସିନେମା ‘ତୋ’ ପ୍ରେମରେ ପଡ଼ିଲା ପରେ’,ଚମ୍ପତିି ଶ୍ରୀନିବାସ ରାଓଙ୍କ ପ୍ରଯୋଜିତ ପ୍ରଥମ ସିନେମା ‘ତୁ ମୋ’ ହିରୋ’, ଅନୁପମ ପଟ୍ଟନାୟକଙ୍କ ପ୍ରଥମ ସିନେମା ‘ତୁଳସୀ ଅପା’,ଅଭିରାମ ସାହୁଙ୍କ ପ୍ରଥମ ସିନେମା‘କାବୁଲା ବାରବୁଲା’,ଆଲିନ ସୋମାନଙ୍କ ପ୍ରଥମ ସିନେମା ‘କଥା ନୁହେଁ ଏ କଥା’, ରାଜେନ୍ଦର ସିଂହ ଭୁରଜୀଙ୍କ ପ୍ରଥମ ସିନେମା‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ପ୍ରଶାନ୍ତ ବେହେରା ଏବଂ କେ ସୁନୀଲ ଯାଦବଙ୍କ ପ୍ରଥମ ସିନେମା‘ ସୁନା ପିଲା ଟି.କେ ସ୍କ୍ରୁ ଢ଼ିଲା’ ‘ ଅୟସକାନ୍ତ ମହାନ୍ତିଙ୍କ ପ୍ରଥମ ସିନେମା ‘ଟିକେ ଖରା ଟିକେ ଛାଇ’ ରିଲିଜ୍‌ ହୋଇଛି ଏ ବର୍ଷ।

ସମ୍ବନ୍ଧିତ ଖବର