ନୂଆଦିଲ୍ଲୀ: ଦିଲ୍ଲୀର ମଣ୍ଡୋଲି ଜେଲ୍ରେ ବନ୍ଦୀ ହୋଇଥିବା ଦେଶର ସବୁଠୁ ବଡ଼ ଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଏକ ପ୍ରେମ ପତ୍ର ଲେଖି ପଠାଇଛନ୍ତି।
ସୁକେଶ ଲେଖିଥିବା ପ୍ରେମ ଚିଠିରେ ସେ ଅଭିନେତ୍ରୀଙ୍କୁ 'ମାଇଁ ବେବି ଗାର୍ଲ' ବୋଲି ସମ୍ବୋଧନ କରିଛନ୍ତି। ଆମେ ଏକଥା ଜାଣନ୍ତି ଯେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ୧୧ ଅଗଷ୍ଟ, ଅର୍ଥାତ ଆଜି ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସୁକେଶ ଜେଲ୍ ଦଣ୍ଡ ଭୋଗୁଥିବା ବେଳେ ଏହି ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୁଲିସ୍।
ଅଭିନେତ୍ରୀ ସୁକେଶଙ୍କ ବିଷୟରେ ସବୁ ସତ କଥା ଜାଣିବା ଅଭିଯୋଗ ହୋଇଥିଲା। ଜ୍ୟାକ୍ କନ୍ମ୍ୟାନ୍ ସୁକେଶଙ୍କଠାରୁ ଅନେକ ଦାମୀ ଉପହାର ବି ନେଇଥିବା ପ୍ରମାଣ ରହିଛି।
ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ଙ୍କୁ ଗେହ୍ଲାରେ ‘ମାଇଁ ବେବି ଗାର୍ଲ’ ବୋଲି ସମ୍ବୋଧନ କରି ସୁକେଶ ଚନ୍ଦ୍ରଶେଖର ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା। ଈଶ୍ବର ତୁମକୁ ଆଶୀର୍ବାଦ କରନ୍ତୁ। ପ୍ରତ୍ୟେକ ଦିନ ତୁମେ ଅଧିକ ସୁନ୍ଦର ଏବଂ ଯୁବା ହୋଇଯାଉଛ। ତୁମ ପ୍ରତ୍ୟେକ ଜନ୍ମଦିନ ମୋ ପାଇଁ ଖୁସିର ଦିନ ଥାଏ। ମୁଁ ମୋ ନିଜ ଜନ୍ମଦିନଠାରୁ ତୁମ ଜନ୍ମଦିନକୁ ନେଇ ବେଶି ଉତ୍ସାହିତ ଥାଏ। ମୁଁ ତୁମକୁ କେତେ ମନେପକାଉଛି ତୁମେ ଚିନ୍ତା ବି କରିପାରିବ ନାହିଁ।’’
/sambad/media/post_attachments/wp-content/uploads/2023/08/Untitled-59-300x225.jpg)
ଶୁକ୍ରବାର ଦିନ ସୁକେଶ ଚନ୍ଦ୍ରଶେଖରଙ୍କ ଓକିଲ ଅନନ୍ତ ମଲିକ ଏହି ଚିଠିକୁ ପ୍ରକାଶ କରିଛନ୍ତି। ସୁକେଶ ଆହୁରି ବି ଲେଖିଛନ୍ତି, "ମୁଁ ତୁମକୁ ବିଦେଶୀ ଫୁଲ ଉପହାର ଦେବା, ଆମ ଦୁହିଁଙ୍କ ଯାଦୁର ଆଲିଙ୍ଗନ ଓ କେକ୍ କଟିଂ ମୁହୂର୍ତ୍ତ ଖୁବ୍ ମନେପଡୁଛି। ବେବି, ମୁଁ ଆଶା କରୁଛି ତୁମେ ମୋର ଏହି ଜନ୍ମଦିନ ଉପହାରକୁ ପସନ୍ଦ କରିବ।’’
ସୁକେଶ ଏପରିକି ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଆସନ୍ତାବର୍ଷ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ଜନ୍ମଦିନ ପାଳନ କରିବେ। ଚିଠିର ଶେଷରେ ସୁକେଶ ଲେଖିଛନ୍ତି, ‘‘ବେବି, ତୁମେ ଜଣେ ସୁପରଷ୍ଟାର ଏବଂ ବହୁତ ସ୍ୱତନ୍ତ୍ର। ତୁମେ ମୋ ଜୀବନରେ ଘଟିଥିବା ସବୁଠାରୁ ଭଲ ଜିନିଷ। ଆଜିର ଦିନକୁ ଉପଭୋଗ କର, ତୁମ ମୁହଁରେ ସଦା ହସ ରଖ। ଅନ୍ୟ କୌଣସି ବିଷୟରେ ଚିନ୍ତା କର ନାହିଁ। ମୁଁ ତୁମ ପାଇଁ ଏଠାରେ ଅଛି, ଜନ୍ମଦିନର ଶୁଭେଚ୍ଛା ହନି।’’