ମୁମ୍ବାଇ: ବିନା ବିବାହରେ ମାଆ ବନୁଥିବା ମହିଳାମାନଙ୍କୁ ସମାଜରୁ ଯୁଗେ ଯୁଗେ ଅପବାଦ ସହିବାକୁ ପଡ଼ିଛି। ଏପରି ଅପବାଦର ସମ୍ମୁଖୀନ ହୋଇଥିଲେ ଅଭିନେତ୍ରୀ କାଲ୍‌କି କୋଚ୍‌ଲିନ୍‌। ସେ ବିବାହ ନକରି ମାଆ ବନିବା ହେତୁ ବହୁ ଅପବାଦ ସହିବା ପରେ ଏବେ ତାହାର ମୁହଁତେ‌ାଡ଼ ଜବାବ ଦେଇଛନ୍ତି।

Advertisment

କାଲ୍‌କି କୋଚ୍‌ଲିନ୍‌  ବର୍ତ୍ତମାନ ଗଣମାଧ୍ୟମରେ ତାଙ୍କର ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଯେଉଁଥିରେ ସେ ବିନା ବିବାହରେ ମା ବନିଥିବାରୁ ଟ୍ରୋଲ୍‌ କରୁଥିବା ଟ୍ରୋଲର୍ସଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। କାଲ୍‌କି ତାଙ୍କ ସାଥୀ ହର୍ସବର୍ଗଙ୍କ ସହ ସମ୍ପର୍କରେ ରହି ୨୦୨୦ ମସିହା ଫେବ୍ରୁଆରି ୭ ତାରିଖରେ ତାଙ୍କ ଝିଅକୁ ଜନ୍ମ ଦେଇଥିଲେ।

View this post on Instagram

A post shared by Kalki (@kalkikanmani)

ଏହାପରେ ସେ ବିବାହ ନକରି ମାଆ ବନିଥିବାରୁ ଅନେକ ସମାଲୋଚନା କରାଯାଇଥିଲା। ବର୍ତ୍ତମାନ ସେହି ସମାଲୋଚକମାନଙ୍କୁ କାଲ୍‌କି ଉପଯୁକ୍ତ ଉତ୍ତର ଦେଇଛନ୍ତି।
ଏକ ଗଣମାଧ୍ୟମ ସଂସ୍ଥା ସହ ବାର୍ତ୍ତାଳାପରେ କାଲକି କହିଛନ୍ତି ଯେ ସେ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କୁ ବିବାହ କରିସାରିଛନ୍ତି। ବିବାହ କରି ଥରେ ଛାଡ଼ପତ୍ର ଦେଇ ସାରିଥିବାରୁ ତାଙ୍କର ବିବାହ ପ୍ରତି ଆଉ ଆଗ୍ରହ ନଥିବା ସେ କହିଛନ୍ତି। ସେ ଏବଂ ତାଙ୍କ ପ୍ରେମିକ ବହୁ ଭାବିଚିନ୍ତି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କାଲ୍‌କି ଜଣାଇଛନ୍ତି।

ହର୍ସବର୍ଗଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ଇସ୍ରାଏଲ ଗସ୍ତ ସମୟରେ ହୋଇଥିଲା। କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ କାଲକି ‘ୟେ ଜବାନି ‌ହେ ‌ଦିୱାନି’, ‘ଜିନ୍ଦେଗି ନା ମିଲେଗି ଦୁବାରା’ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।