ବଲିଉଡ୍ର ସିଙ୍ଘମ୍ ଭାବେ ଜଣାଶୁଣା ଅଭିନେତା ଅଜୟ ଦେବଗନ୍ଙ୍କୁ ନେଇ ଏକ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି। ଏହା କୌଣସି ଫିଲ୍ମକୁ ନେଇ ନୁହେଁ, ନିଜର ଏକ ୱେବ୍ ସିରିଜ୍ ପାଇଁ ଖବରକୁ ଆସିଛନ୍ତି ସେ। ଓଟିଟି ଡେବ୍ୟୁ ପାଇଁ ସେ ନେଇଥିବା ପାରିଶ୍ରମିକ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ୨୦୨୨ରେ ସିରିଜ୍ଟି ରିଲିଜ୍ ହୋଇଥିବା ବେଳେ ଏବେ ତାଙ୍କ ପାରିଶ୍ରମିକକୁ ନେଇ ଖୁଲାସା ହୋଇଛି। ୨୦୨୨ରେ ସେ ସେ ‘ରୁଦ୍ର: ଦି ଏଜ୍ ଅଫ୍ ଡାର୍କନେସ୍’ ସିରିଜ୍ ମାଧ୍ୟମରେ ଓଟିଟିରେ ଡେବ୍ୟୁ କରିଥିଲେ।
କୁହାଯାଉଛି, ସଫଳ ବଲିଉଡ୍ ଷ୍ଟାର୍ ଅଜୟ ସସ୍ପେନ୍ସ ଥ୍ରିଲର୍ ସିରିଜ୍ର ପ୍ରତି ଅଧ୍ୟାୟ ପାଇଁ ୧୮ କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ। ସମଗ୍ର ସିରିଜ୍ ପାଇଁ ତାଙ୍କୁ ୧୦୦ କୋଟି ଟଙ୍କାରୁ ଅଧିକ ପାରିଶ୍ରମିକ ମିଳିଥିଲା। ‘ରୁଦ୍ର’ ସିରିଜ୍ରେ ସମୁଦାୟ ୭ଟି ଅଧ୍ୟାୟ ଥିବାରୁ ସେ ମୋଟ୍ ୧୨୫ କୋଟି ଟଙ୍କା ନେଇଥିବା ଆକଳନ କରାଯାଇଛି, ଯାହା ଓଟିଟି ପ୍ଲାଟ୍ଫର୍ମ ପାଇଁ ସର୍ବାଧିକ ବୋଲି ଚର୍ଚ୍ଚା ହେଉଛି।
‘ରୁଦ୍ର: ଦି ଏଜ୍ ଅଫ୍ ଡାର୍କନେସ୍’ରେ ଅଜୟ ଡିସିପି ରୁଦ୍ରବୀର ସିଂହ ଚରିତ୍ରରେ ଅଭିନୟ କରିଥିଲେ। ଏହି ଥ୍ରିଲର୍ ସିରିଜ୍ରେ ଅଜୟଙ୍କ ସହ ଅଭିନେତ୍ରୀ ରାଶି ଖାନ୍ନା, ଈଶା ଦେଓଲ୍, ଅଶ୍ୱିନୀ କଲ୍ସେକର୍, ଅତୁଲ କୁଲ୍କର୍ଣ୍ଣି, ତରୁଣ ଗେହଲଟ୍ଙ୍କ ଭଳି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହି ସିରିଜ୍ଟି ଏବେ ଜିଓ ହଟ୍ଷ୍ଟାର୍ରେ ପ୍ରସାରିତ ହେଉଛି।