ଯେତେବେଳେ କୌଣସି ଷ୍ଟାର୍‌ କିଡ୍‌ ବଲିଉଡ୍‌ରେ ପ୍ରବେଶ କରନ୍ତି, ସେତେବେଳେ ସେମାନେ ଆପେ ଆପେ ଶିରୋନାମାକୁ ଚାଲି ଆସନ୍ତି। ଗଣମାଧ୍ୟମରେ ତାଙ୍କୁ ନେଇ ଜୋର୍‌ସୋର୍‌ ଚର୍ଚ୍ଚା ହୁଏ। ଏବେ ବଲିଉଡ୍‌ ଷ୍ଟାର୍‌ ରବୀନା ଟଣ୍ଡନ୍‌ଙ୍କ ଝିଅ ରାଶା ଥଡ଼ାନୀଙ୍କ ଡେବ୍ୟୁ ଫିଲ୍ମକୁ ନେଇ ଆଲୋଚନା ହେଉଛି। ସେ ଜାନୁଆରି ୧୭ରେ ମୁକ୍ତିଲାଭ କରିଥିବା ‘ଆଜାଦ୍‌’ରେ ଅଭିନୟ ଜୀବନ ଆରମ୍ଭ କରିଛନ୍ତି। ଏଥିରେ ଥିବା ‘ଉୟି ଆମ୍ମା’ ଗୀତରେ ରାଶାଙ୍କ ନୃତ୍ୟ ଲୋକଙ୍କ ହୃଦୟ ଜିତିଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହି ଗୀତଟି ସୋସିଆଲ୍‌ ମିଡିଆରେ ଲୋକପ୍ରିୟ ହୋଇଥିଲା। ଗୀତ ସହ ତାଙ୍କ ନୃତ୍ୟ ଅଧିକାଂଶ ପ୍ଲାଟ୍‌ଫର୍ମରେ ଟ୍ରେଣ୍ଡ୍ କରିଥିଲା।

Advertisment

୨୦୦୫ ମାର୍ଚ ୧୬ ତାରିଖରେ ମୁମ୍ବାଇରେ ରାଶାଙ୍କ ଜନ୍ମ। ତାଙ୍କ ବାପା ଅନୀଲ ଥଡାନୀ ଫିଲ୍ମ ବିତରକ ହୋଇଥିବା ବେଳେ ମା’ ରବୀନା ନାମକରା ଅଭିନେତ୍ରୀ। ମାତ୍ର ୧୯ବର୍ଷ ବୟସରେ ରାଶା ବଲିଉଡ୍‌ରେ ଡେବ୍ୟୁ କରି ଦର୍ଶକଙ୍କ ମନ କିଣିଛନ୍ତି। ୨୦୨୩ରେ ଧୀରୁଭାଇ ଅମ୍ବାନୀ ଅନ୍ତର୍ଜାତୀୟ ବିଦ୍ୟାଳୟରୁ ସ୍କୁଲ୍‌ ପାଠ୍ୟକ୍ରମ ଶେଷ କରିଛନ୍ତି ରାଶା। ଯଦି ଆମେ ଫିଲ୍ମ ‘ଆଜାଦ୍‌’ର କଥା କହିବା ତେବେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର। ଫିଲ୍ମରେ ରାଶାଙ୍କ ବିପକ୍ଷରେ ଡେବ୍ୟୁ କରୁଛନ୍ତି ସୁପର୍‌ଷ୍ଟାର୍‌ ଅଜୟ ଦେବଗନଙ୍କ ପୁତୁରା ଅମନ୍ ଦେବଗନ୍। ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ‌ରୋନି ସ୍କ୍ରିୟୁୱାଲା ଓ ପ୍ରଜ୍ଞା କପୁର।