ନୂଆ ଫିଲ୍ମ ପାଇଁ ହେବ ନୂଆ ମେକ୍‌ଓଭର୍‌। ଯଦି ଆମେ ବାହୁବଳୀ ଷ୍ଟାର୍‌ ପ୍ରଭାସଙ୍କ ଗତ କିଛି ବର୍ଷର ଫିଲ୍ମ ଦେଖିବା ତେବେ ପ୍ରତ୍ୟେକ ଫିଲ୍ମରେ ସେ ଭିନ୍ନ ଲୁକ୍‌ରେ ନଜର ଆସୁଥିବା ଦେଖାଯାଇଛି। ପ୍ରତିଥର ଫିଲ୍ମ ସହ ତାଙ୍କର ଲୁକ୍ ମଧ୍ୟ ଚର୍ଚ୍ଚାରେ ରହିଥାଏ। ଅଭିନେତା ନିଜ ଲୁକ୍ ଓ ଅଭିନୟ ସହିତ ନିଜ ସରଳ ସ୍ବଭାବ ପାଇଁ ବେଶ୍‌ ପରିଚିତ। ଆଗକୁ ସେ ଲୋକପ୍ରିୟ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସ୍ପିରିଟ୍‌’ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ଲୁକ୍‌ରେ ବଡ଼ ପରିବର୍ତ୍ତନ କରାଯିବ ବୋଲି ଜଣାଯାଇଛି। ଏଥିପାଇଁ ମେକ୍‌ଓଭର୍‌ ଆର୍ଟିଷ୍ଟ ଆଲିମ୍ ହକିମ୍‌ଙ୍କୁ ଦାୟିତ୍ବ ଦେଇଛନ୍ତି ସନ୍ଦୀପ।

Advertisment

ଏ ନେଇ ଆଲିମ୍ ଇନ୍‌ଷ୍ଟାରେ ଏକ ପୋଷ୍ଟ୍‌ କରିବା ପରେ ଖବରଟି ସାମ୍ନାକୁ ଆସିଛି। ଏହା ପୂର୍ବରୁ ସେ ଫିଲ୍ମ ‘କବୀର ସିଂହ’ ପାଇଁ ଅଭିନେତା ଶାହିଦ କପୁରଙ୍କ ମେକ୍‌ଓଭର୍‌ କରିଥିବା ବେଳେ ଫିଲ୍ମ ‘ଆନିମଲ୍’ ପାଇଁ ରଣବୀର କପୁରଙ୍କର ଓ ଫିଲ୍ମ ‘ପେଡ୍ଡୀ’ ପାଇଁ ରାମଚରଣଙ୍କର ମେକ୍‌ଓଭର୍‌ କରିଥିଲେ। ଏବେ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ମେକ୍‌ଓଭର୍‌ କରିବା‌ର ସୁଯୋଗ ମିଳିବା ପରେ ସେ ବହୁତ ଖୁସିଥିବା କହିଛନ୍ତି।
ତେବେ ଯଦି ଆମେ ଫିଲ୍ମର କାଷ୍ଟ୍‌କୁ ଦେଖିବା ତେବେ ପ୍ରଭାସଙ୍କ ବ୍ୟତୀତ ଏଥିରେ ଅଭିନେତ୍ରୀ ତୃପ୍ତି ଡିମ୍ରି ନଜର ଆସିବେ। ଏ ପର୍ଯ୍ୟନ୍ତ ଫିଲ୍ମର କାହାଣୀ ବା ଅନ୍ୟ କଳାକାରଙ୍କୁ ନେଇ କୌଣସି ସୂଚନା ଦେଇ ନାହାନ୍ତି ସନ୍ଦୀପ। ପୂର୍ବରୁ ପ୍ରଭାସଙ୍କ ବିପକ୍ଷରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ କାଷ୍ଟ୍‌ କରାଯାଇଥିଲା। ହେଲେ ସେ ହଟିବା ପରେ ଏବେ ତୃପ୍ତିଙ୍କୁ ସୁଯୋଗ ମିଳିଛି।