ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ୍‌ଙ୍କ ବିବାହ ସମ‌ାରୋହରେ ବଲିଉଡ୍‌ର ବହୁ ନାମୀଦାମୀ କଳାକାରଙ୍କ ପୁଅ-ଝିଅଙ୍କୁ ବି ଦେଖିବାକୁ ମିଳିଥିଲା। ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ନିଜ ପରିବାର ସହ ଅମ୍ବାନୀଙ୍କ ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କ ସହ ନାତୁଣୀ ନବ୍ୟା ନବେଲୀ ନନ୍ଦା ବି ପହଞ୍ଚିଥିଲେ।

Advertisment

ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଅଭିଷେକ ବଚ୍ଚନ, ଝିଅ ଶ୍ବେତା ଓ ନାତୁଣୀ ନବ୍ୟା ଆଦିଙ୍କୁ ଏକତ୍ର ଦେଖିବାକୁ ମିଳିଥିବା ବେଳେ ‌ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଆରାଧ୍ୟା ପାର୍ଟିରେ ଅଲଗା ପହଞ୍ଚିଥିଲେ। ବଚ୍ଚନ ପରିବାରର ସଦସ୍ୟମାନେ ଅଲଗା ଅଲଗା ଆସିଥିବା ହେତୁ ସୋସିଆଲ୍‌ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିିଛି। ଏହାରି ମଧ୍ୟରେ ମାମୁଝିଅ ଭଉଣୀ ଆରାଧ୍ୟାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି ନବ୍ୟା। ସେ କହିଛନ୍ତି, ଆରାଧ୍ୟା ମୋ ଠାରୁ ଯଥେଷ୍ଟ ଆଗରେ। ସେ ବିଦୁଷୀ ଓ ଅତ୍ୟନ୍ତ ବୁଦ୍ଧିମତୀ। ଆରାଧ୍ୟା ନିଶ୍ଚୟ ଜୀବନରେ କିଛି ବଡ଼ କାମ କରି ଦେଖାଇବ ଏବଂ ତାହା ଦେଖିବାକୁ ମୁଁ ଉତ୍ସୁକତାର ସହ ଅପେକ୍ଷା କରିଛି। ଅରାଧ୍ୟାଙ୍କଠାରୁ ବୟସରେ ୧୩ ବର୍ଷ ବଡ଼ ନବ୍ୟାଙ୍କର ଏହି ଉକ୍ତି ନିଶ୍ଚୟ ତାତ୍ପର୍ଯ୍ୟପୂର୍ଣ୍ଣ।