ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଯେ ଜଣେ ଉତ୍ତମ ମାଆ ସେଥିରେ ଆଦୌ ସନ୍ଦେହ ନାହିଁ। ସେ ତାଙ୍କ ଝିଅ ଆରାଧ୍ୟାଙ୍କର ଯେଉଁଭଳି ଭାବେ ଯତ୍ନ ନିଅନ୍ତି ତାହା କାହାକୁ ଅଛପା ନାହିଁ। ଅନେକ ବଲିଉଡ୍‌ ସେଲିବ୍ରିଟି ସେମାନଙ୍କ ପିଲା ପାଇଁ କେୟାର୍‌ ଟେକର୍‌ ରଖୁଥିବା ବେଳେ ଐଶ୍ବର୍ଯ୍ୟା କିନ୍ତୁ ଆରାଧ୍ୟାଙ୍କ ଯତ୍ନ ନିଜେ ନେବାକୁ ପସନ୍ଦ କରନ୍ତି।

Advertisment

ଥରେ ଏକ ସାକ୍ଷାତ୍‌କାରରେ ‌ସେ ଏକଥା କହିଥିଲେ ଯେ ‘ମୁଁ ମୋ ଝିଅକୁ ଏକାକୀ ସମ୍ଭାଳିବାକୁ ଯଥେଷ୍ଟ’। ଐଶ୍ବର୍ଯ୍ୟା ଅଧିକାଂଶ ସମୟ‌ରେ ଝିଅ ଅାରାଧ୍ୟାଙ୍କ ହାତ ଧରି ସର୍ବସାଧାରଣରେ ଯାଉଥିବାର ଦେଖିବାକୁ ମିଳିଥାଏ। ଏପରିକି ଫଟୋ ପୋଜ୍‌ ଦେବା ବେଳେ ବି ସେ ଆରାଧ୍ୟାଙ୍କ ହାତ ଛାଡ଼ିବାର ଭୁଲ୍‌ କେ‌ବେ କରନ୍ତି ନାହିଁ।

ଆଲୋଚ୍ୟ ସାକ୍ଷାତ୍‌କାରରେ ଐଶ୍ବର୍ଯ୍ୟା କହିଥିଲେ ଯେ ସେ ତାଙ୍କ ଝିଅ ପାଇଁ ଘରେ ନର୍ସଙ୍କ ମେଳା ଲଗାଇବାକୁ ଉଚିତ ମଣନ୍ତି ନାହିଁ। ନିଜ ଝିଅ ପାଇଁ ସେ ନିଜେ ହିଁ ଯଥେଷ୍ଟ। ଝିଅ ପ୍ରତି ତାଙ୍କ ଭଲପାଇବା ନିଃସର୍ତ୍ତ ତେଣୁ ଆରାଧ୍ୟାଙ୍କ ସହ ପ୍ରତିଟି ମୁହୂର୍ତ୍ତ ବିତାଇ ଆନନ୍ଦ ପାଆନ୍ତି ବୋଲି କହିଥିଲେ ଐଶ୍।
ଏପଟେ ଐଶ୍ବର୍ଯ୍ୟା ରାୟ ଓ ସ୍ବାମୀ ଅଭିଷେକ ବଚ୍ଚନଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହେଲେ ସେ ଦୁହେଁ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି କିମ୍ବା ସେମାନଙ୍କ ପରିବାରବର୍ଗ କୌଣସି ମତାମତ ଦେଇନାହାନ୍ତି।