ବଲିଉଡ୍ର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ୍ର କଥା ଉଠେ ତ ‘ଦବଙ୍ଗ’ର ନାମ ନିଶ୍ଚିତ ଆସିବ। ଦବଙ୍ଗ ଫ୍ରାଞ୍ଚାଇଜ୍ର ୩ଟି ଫିଲ୍ମ ରିଲିଜ୍ ହୋଇସାରିଛି। ଏହାର ଚତୁର୍ଥ ଭାଗକୁ ଦର୍ଶକ ଖୁବ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ସଲ୍ମାନ୍ଙ୍କ ଏହି ଫିଲ୍ମ ସମୂହର ପ୍ରଯୋଜକ ହେଉଛନ୍ତି ତାଙ୍କ ଭାଇ ଅର୍ବାଜ୍ ଖାନ୍। ସେ ନିକଟରେ ‘ଦବଙ୍ଗ-୪’ ସିନେମାକୁ ନେଇ ନୂଆ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି କି ଆମେ ଏହି ପ୍ରୋଜେକ୍ଟରେ ଧୀରେ ଧୀରେ କାମ କରୁଛୁ। ଏଥିରେ ଥିବା ଚୁଲ୍ବୁଲ୍ ପାଣ୍ଡେ ଚରିତ୍ରକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ‘ଦବଙ୍ଗ’ ଫ୍ରାଞ୍ଚାଇଜ୍କୁ ଅନେକ ଭଲପାଇବା ମିଳିଛି। ଏଥିପାଇଁ ଆମେ ଶୀର୍ଷକରେ କେବଳ ୨, ୩ କିମ୍ବା ୪ ସଂଖ୍ୟା ଲଗେଇ ଦେଇ ରିଲିଜ୍ କରିବାକୁ ଚାହୁଁନୁ। ଦର୍ଶକମାନେ ଯାହା ଆଶା ରଖିଛନ୍ତି ତାହା ହିଁ ପାଆନ୍ତୁ ବୋଲି ଆମେ ପୂରା ଚେଷ୍ଟା କରୁଛୁ। ସେମିତି ନୁହେଁ ଯେ ଖାଲି ଗୋଟାଏ ପରେ ଗୋଟାଏ ଭାଗ ବାହାର କରି ଚାଲିବୁ। ଆମେ ୧୦୦ ପ୍ରତିଶତ ପରିଶ୍ରମ କରୁଛୁ। ନୂଆ କିଛି ଦର୍ଶକଙ୍କୁ ନିଶ୍ଚୟ ଦେବୁ। ଯେପର୍ଯ୍ୟନ୍ତ ଆମକୁ ଠିକ୍ ଲାଗିବ ନାହିଁ ଆମେ ଫିଲ୍ମ ରିଲିଜ୍ କରିବୁନି। ୨ ବର୍ଷ ହେଉ କିମ୍ବା ୧୦ ବର୍ଷ ବି ହୋଇଯାଉ।’’
ନିକଟରେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ‘ବିଗ୍ବସ୍’ରେ ସଲ୍ମାନ୍ ଖାନ୍ଙ୍କ ବଦଳରେ ଅର୍ବାଜ୍ ଖାନ୍ଙ୍କୁ ଦେଖିବାକୁ ମିଳିବ। ଏ ପ୍ରସଙ୍ଗରେ ଅର୍ବାଜ୍ କହିଛନ୍ତି, ‘‘ଭାଇ ବହୁତ ଭଲ କାମ କରୁଛନ୍ତି। ଯିଏ ଥରେ ଏକ ଲୋକପ୍ରିୟ ଭୂମିକା ନେଇଛି ତାଙ୍କୁ ସେଠାରୁ ରିପ୍ଲେସ୍ କରିବା କଷ୍ଟ। ଆପଣ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିପାରିବେ କିନ୍ତୁ ଆପଣ ଅନ୍ୟ ଜଣଙ୍କ ସ୍ଥାନ ନେଇପାରିବେ ନାହିଁ।’’ ଦେଖିବା ବାକି ରହିଲା ସତରେ ‘ବିଗ୍ବସ୍’ରେ ସଲ୍ମାନ୍ଙ୍କ ସ୍ଥାନରେ ଅର୍ବାଜ୍ ହୋଷ୍ଟିଂ କରୁଛନ୍ତି କି ନାହିଁ। ତେବେ ଆଜି ଅର୍ବାଜ୍ ଖାନ୍ ୫୬ ବର୍ଷ ପୂରା କରି ୫୭ ବର୍ଷ ବୟସରେ ପାଦ ଦେଇଛନ୍ତି।