ଓସ୍କାରରୁ ବାଦ୍‌ ପଡ଼ିଲା ‘ନିଉଟନ୍‌’

ମୁମ୍ବାଇ: ଚଳିତ ବର୍ଷ ଭାରତରୁ ଓସ୍କାର ନାମାଙ୍କନ ହାସଲ କରିଥିବା ସିନେମା ‘ନିଉଟନ୍‌’ ଏହାର ଫାଇନାଲ ତାଲିକାରୁ ବାଦ୍‌ ପଡ଼ିଲା । ଏହା ବଲିଉଡ ପାଇଁ ଏକ ଅଶୁଭ ଖବର।ଓସ୍କାରର ଟ୍ଵିଟରରେ ଯେଉର୍ ୯ଟି ସିନେମାର ନାମ ରହିଛି ସେଥିରେ‘ନିଉଟନ୍‌’ ସ୍ଥାନ ପାଇ ନାହିଁ। ଏହି ତାଲିକାରେ ଯେଉଁ ସିନେମା ରହିଛି ତାହା ହେଲା ‘ଏ ଫାଣ୍ଟାଷ୍ଟିକ୍‌ ଓମ୍ୟାନ୍‌’, ‘ଇନ୍‌ ଦ ଫେଡ’, ‘ଅନ୍‌ ବଡି ଆଣ୍ଡ ସୋଲ୍‌’, ‘ଫ୍ୟାକ୍ସଟ୍ରାଟ୍‌’, ‘ଦ ଇନସଲ୍ଟ’, ‘ଲଭଲେସ୍‌’,‘ଦ ଉଣ୍ଡ’,.‘ଫେଲିସିଟେ’ ଏବଂ ‘ଦ ସ୍କାୟାର୍‌’ ଆଦି । ଏହି ସିନେମାଗୁଡିକ ଓସ୍କାରର ବିଦେଶୀ ଭାଷାର ସିନେମା ଶ୍ରେଣୀରେ ନାମାଙ୍କନ ଲାଭ କରିଥିବା ଫିଲ୍ମ ।

photo-amazon.com

ଏଠାରେ ସୂଚନାଯୋଗ୍ୟ ଯେ ମନୀଷ ମୁନ୍ଦ୍ରାଙ୍କ ପ୍ରଯୋଜିତ ତଥା ଅମିତ୍‌ ଭି ମାସୁରକାରଙ୍କ ନିର୍ଦ୍ଦେଶିତ ‘ନିଉଟନ୍‌’ରେ ରାଜ କୁମାର ରାଓଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଏହାର କାହାଣୀ ଜଣେ କିରାଣୀ ନକସଲ ଅଞ୍ଚଳରେ ଚାକିରି କରିବାପରେ କିଭଳି ସମସ୍ୟାରେ ପଡ଼ୁଛନ୍ତି ତାହା ଉପରେ ପର୍ଯ୍ୟବସିତ।

ସମ୍ବନ୍ଧିତ ଖବର