ସମା‌ଜରେ ‘କଳା’ ରହିଲେ ରହୁ, ବୋହୂ କିନ୍ତୁ ଗୋରୀ ଦରକାର

ମହାମାରୀ କରୋନା ସମୟରେ ଆମେରିକାରେ ପୁଣି ଆରମ୍ଭ ହୋଇଥିବା ବର୍ଣ୍ଣ ବୈଷମ୍ୟ ନୀତିକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ନାଗିନ୍-୪ ଧାରାବାହିକ ଚଳଚ୍ଚିତ୍ରର ଅଭିନେତ୍ରୀ ନିଆ ଶର୍ମା ଏନେଇ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଅଭିନବ ଢଙ୍ଗରେ ଏକ ଲେଖା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ବ୍ଲାକ୍ ଲାଇଭ୍ସ ମ୍ୟାଟର୍ସ, ପର୍ ବୋହୂ ତୋ ଗୋରି ହି ଚାହିୟେ ହମେ… । ଅର୍ଥାତ୍ ସମାଜରେ କଳା ରହିବାରେ ସମସ୍ୟା ନାହିଁ କିନ୍ତୁ ଆମକୁ ଗୋରି ବୋହୂ ହିଁ ଦରକାର। ଏହି ପୋଷ୍ଟ୍‌ଟି ଆଜି ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଥିବା ବେଳେ ନିଆଙ୍କ ପ୍ରଶଂସକମାନେ ଏହାକୁ ଅକୁଣ୍ଠ ସମର୍ଥନ କରିଛନ୍ତି। ଏହି ପୋଷ୍ଟ୍‌ରେ ନିଆଙ୍କର ଜଣେ ସମର୍ଥକ ଲେଖିଥିଲେ, ତାଙ୍କ ରଙ୍ଗ ଯୋଗୁଁ ଅନେକ ଲୋକ ତାଙ୍କୁ ପ୍ରତ୍ୟାଖାନ କରିଥିଲେ। ପ୍ରତ୍ୟୁତ୍ତରରେ ନିଆ କହିଥିଲେ, ତମେ ପ୍ରତ୍ୟାଖିତ ହୋଇନାହଁ ବରଂ ତମେ ମୂକ ଓ ମୂର୍ଖଙ୍କଠାରୁ ସୁରକ୍ଷିତ ରହିଛ।

ସମ୍ବନ୍ଧିତ ଖବର