ନୂଆଦିଲ୍ଲୀ: ଲୋକପ୍ରିୟ ଟେଲି ଅଭିନେତ୍ରୀ ନିଆ ଶର୍ମା ନିଜ ମନ କଥା ଖୋଲାଖୋଲି ଭାବେ ପ୍ରକାଶ କରିବାକୁ କେବେ ବି ଭୟ କରନ୍ତି ନାହିଁ। ଅଧିକାଂଶ ସମୟରେ ରୋକ୍ଠୋକ୍ କଥା କହି ସମାଲୋଚନାର ପାତ୍ରୀ ହୋଇଥାନ୍ତି ନିଆ।
ଏସିଆର ତୃତୀୟ ସେକ୍ସି ମହିଳା ଭାବେ ଭୋଟ ପାଇଥିବା ନିଆ ନିକଟରେ ସୋସିଆଲ୍ ମିଡିଆରେ ନିଜର ପୋଷାକଙ୍କୁ ନେଇ ଚର୍ଚ୍ଚା ପାଲଟିଛନ୍ତି। ମାତ୍ର ଚତୁରୀ ନିଆ ନିଜର ସମାଲୋଚକମାନଙ୍କୁ ଏକଦମ ଚତୁରତାର ସହ ଜବାବ ଦେଇଛନ୍ତି।
i’m not going to be afraid to repeat my fav outfit 6 times in a row. Don’t go about telling me I wore it yesterday...
— NIA SHARMA (@Theniasharma) March 15, 2018
ଏ ନେଇ ନିଆ ଟୁଇଟ୍ କରିଛନ୍ତି କି, ‘ ମୁଁ ମୋର ପ୍ରିୟ ପୋଷାକକୁ ଲଗାତର ୬ ଥର ପିନ୍ଧିପାରେ। ମୋତେ କୁହନାହିଁ ଯେ ମୁଁ ଏହାକୁ ଗତକାଲି ପିନ୍ଧିଥିଲି।’
ଉଲ୍ଲେଖଯୋଗ୍ୟ, ସାଧାରଣତଃ ସେଲିବ୍ରେଟିମାନେ ଗୋଟାଏ ପୋଷାକଙ୍କୁ ୨ ଥର ପିନ୍ଧିଲେ ତାହା ଏକ ଚର୍ଚ୍ଚାର ବିଷୟ ପାଲଟିଯାଏ। ସେହିପରି ଭାବେ ନିଆ ପିନ୍ଧିଥିବା ପୋଷାକ ସେ ପୂର୍ବରୁ ଥରେ ପିନ୍ଧିଥିଲେ କିଛି ଲୋକ ସମାଲୋଚନା କରିଥିଲେ। ଏହାର ଉଚିତ ଜବାବ ଦେଇଛନ୍ତି ନିଆ।
ଅଭିନେତ୍ରୀ ନିଆ ଶେଷଥର ପାଇଁ ରିୟଲିଟି ସୋ’ ‘ଖତ୍ରୋଁ କି ଖିଲାଡି’ରେ ଦେଖିବାକୁ ମିଳିଥିଲେ। ନିକଟଭବିଷ୍ୟତରେ ସେ ‘ଟୁଇଷ୍ଟେଡ୍ ସୋ’ରେ ଦେଖିବାକୁ ମିଳିବେ।