ପ୍ରିୟଙ୍କା ଚୋପ୍ରାଙ୍କ ଭାବିସ୍ୱାମୀ ନିକ ତାଙ୍କ ମାଆଙ୍କଠୁ ବଡ଼ ମହିଳାଙ୍କ ସହ ବି ରଖିଥିଲେ ଆଫେଆର୍‌ !

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସଙ୍କ ନିର୍ବନ୍ଧ ସରିଛି। ଏବେ ବାହାଘରକୁ ଅପେକ୍ଷା। ସମସ୍ତଙ୍କୁ ଭଲଭାବେ ଜଣା ଯେ ନିକ୍‌ଙ୍କର ବୟସ ଏବେ ୨୫ବର୍ଷ,ଅନ୍ୟପକ୍ଷରେ ପ୍ରିୟଙ୍କା ଚୋପ୍ରାଙ୍କ ବୟସ ୩୬ବର୍ଷ। ଅର୍ଥାତ୍‌ ନିକ୍‌ ନିଜ ବୟସ ଠାରୁ ପ୍ରାୟ ଏଗାର ବର୍ଷ ବଡ଼ ପ୍ରିୟଙ୍କାଙ୍କୁ ବାହା ହେବାକୁ ଯାଉଛନ୍ତି। ପ୍ରିୟଙ୍କା ଓ ନିକ୍‌ ବେଶ୍‌ କିଛି ଦିନ ଧରି ଡେଟିଂ କରିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ।
ହେଲେ ଆପଣ ଜାଣନ୍ତି କି ନିକ୍‌ ପ୍ରିୟଙ୍କା ଚୋପ୍ରାଙ୍କ ଆଗରୁ ଆହୁରି ଏମିତି କେତେକ ମହିଳାଙ୍କ ସହିତ ପ୍ରେମ ସଂପର୍କ ରଖି ଥିଲେ, ଯେଉଁମାନେ ବୟସରେ ତାଙ୍କଠାରୁ ଢେର୍‌ ବଡ଼। ଏମାନଙ୍କ ଭିତରୁ ଜଣଙ୍କର ବୟସ ତ ନିକ୍‌ଙ୍କ ମାଆଙ୍କ ଠାରୁ ବି ବଡ଼।

ହଲିଉଡର ପପ୍‌ ଗାୟକ ନିକ୍‌ ୫୫ ବର୍ଷ ବୟସ୍କା ହଲିଉଡ୍‌ ଅଭିନେତ୍ରୀ ଡେମି ମୁରଙ୍କୁ ଡେଟ୍‌ କରିଥିଲେ। ନିକ୍‌ ଓ ଡେମି ନିକ୍‌ଙ୍କ ମାଆଙ୍କ ଠାରୁ ବି ବୟସରେ ବଡ଼। ଡେମି ଓ ନିକ୍‌ ପରସ୍ପରର ଆଫେଆରକୁ ଗୋପନ ରଖିବାକୁ ଚାହୁଁଥିଲେ,ମାତ୍ର ତାହା ସମ୍ଭବ ହୋଇନଥିଲା।

ନିକ୍‌ ନିଜଠାରୁ ୭ ବର୍ଷ ବଡ଼ ଜଣେ ଅଷ୍ଟ୍ରେଲୀୟ ଅଭିନେତ୍ରୀ ଡେଲ୍‌ଟା ଗୁଡରେମ୍‌ଙ୍କୁ ମଧ୍ୟ ଡେଟ୍‌ କରିଛନ୍ତି। ଖାଲି ସେତିକି ନୁହେଁ ହଲିଉଡ୍‌ ଅଭିନେତ୍ରୀ କେଟ୍‌ ହଡସନ୍‌ଙ୍କ ସହ ବି ନିକ୍‌ଙ୍କର ଆଫେଆର୍‌ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ନିକ୍‌ଙ୍କ ଠାରୁ କେଟ୍‌ ବୟସରେ ୧୩ ବର୍ଷ ବଡ଼।
ନିକ୍‌ ୨୦୧୩ ଅଗଷ୍ଟରେ ମିସ୍‌ ୟୁନିଭର୍ସ ଓ କଲ୍‌ପୋଙ୍କୁ ମଧ୍ୟ ଡେଟ୍‌ କରୁଥିଲେ। ଦୁହେଁ ଏକଥାକୁ ସ୍ୱୀକାର ବି କରିଥିିଲେ। ଆଉ ଜଣେ ବୟସରେ ବଡ ଅଭିନେତ୍ରୀ ମାଇଲି ସାଇରସଙ୍କ ସହ ବି ନିକ୍‌ଙ୍କର ଆଫେଆର ଥିଲା।

ସମ୍ବନ୍ଧିତ ଖବର