ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଅଭିନୟ ଅପେକ୍ଷା ତାଙ୍କର ଆମେରିକାନ୍ ସିଙ୍ଗର୍ ବୟଫ୍ରେଣ୍ଡ୍ ନିକ୍ ଜୋନ୍ସ ସହିତ ବିବାହକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ତେବେ କିଛିଦିନ ପୂର୍ବରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଜନ୍ମଦିନ ଉତ୍ସବରେ ପ୍ରେମିକ ନିକ୍ଙ୍କ ସହ ନିର୍ବନ୍ଧ କରିଥିବାର ଅଚାନକ ଖବର ଆସିବା ପରେ ଏହି ଚର୍ଚ୍ଚାଟି ଦର୍ଶକଙ୍କ ମହଲରେ ଖୁବ୍ ସରଗରମ ହୋଇଥିଲା। ଏଥିସହିତ ଅଭିନେତ୍ରୀ ପ୍ରିୟଙ୍କାର ଏପରି ନିଷ୍ପତ୍ତିକୁ ମଧ୍ୟ ତାଙ୍କର ପ୍ରଶଂସକ ସ୍ୱାଗତ କରିଥିଲେ। ହେଲେ ଫିଲ୍ମ ‘ଭାରତ’ରୁ ପ୍ରିୟଙ୍କାର ଅଚାନକ ବିଦାୟକୁ ଏବେ ବି ଠିକ୍ ଭାବରେ ହଜମ କରିପାରିନାହାନ୍ତି ଦର୍ଶକ । କାରଣ ବହୁଦିନରୁ ଦେଶୀଗର୍ଲ ପ୍ରିୟଙ୍କାଙ୍କ ଅପେକ୍ଷାରେ ରହିଥିବା ପ୍ରଶଂସକଙ୍କ ମନରେ ତାଙ୍କର ଏପରି ନିଷ୍ପତ୍ତି କିଛି ମାତ୍ରାରେ ଝଟ୍କା ଦେଇଛି। ସେ ଯାହାବି ହେଉ ପ୍ରିୟଙ୍କାର ଏହି ପ୍ରୋଜେକ୍ଟ୍ରୁ ହଠାତ୍ ମୁହଁ ମୋଡିଦେବା କାରଣ ପ୍ରେମିକ ନିକ୍ଙ୍କ ସହିତ ଅକ୍ଟୋବରରେ ବାହାଘର ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ଏବେ ଯଦି ବିବାହ ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ତ ଦର୍ଶକମାନେ ନିଶ୍ଚିତ ଭାବେ ଏହି ଯୋଡିଙ୍କ ମଧ୍ୟରୁ କିଏ ଅଧିକ ସଂପତ୍ତିର ମାଲିକ ଅଟନ୍ତି ତାହା ବି ଜାଣିବାକୁ ଇଚ୍ଛୁ କରୁଥିବେ।

ସୂଚନା ଅନୁସାରେ , ଗ୍ଲୋବାଲ୍ ଷ୍ଟାର୍ ବନିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍ର ସବୁଠାରୁ ଅଧିକ ରୋଜଗାରକ୍ଷମ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଯାହାକୁ ନେଇ ଫୋବର୍ସ ମାଗାଜିନ୍ରେ ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅଭିନେତ୍ରୀ ପ୍ରିୟଙ୍କାଙ୍କ ନାମ ସାମିଲ୍ ରହିଛି। ଏଥିରେ ଅଭିନେତ୍ରୀ ପ୍ରିୟଙ୍କାଙ୍କ ନାମ ୯୭ତମ ସ୍ଥାନରେ ରହିଥିବାବେଳେ ସେ ୧୧ ମିଲିୟନ୍ ଡଲାର୍ ମାଲିକାଣୀ ଅଟନ୍ତି। ଅର୍ଥାତ୍ ସାଧାରଣ ଭାବେ ଯଦି କୁହାଯାଏ ତ,ତେବେ ଦେଶୀଗର୍ଲ ପ୍ରିୟଙ୍କା ବର୍ତ୍ତମାନ ୭୫ କୋଟି ଟଙ୍କାର ମାଲିକାଣୀ ଅଟନ୍ତି। ଯେଉଁଠାରେ କି ପ୍ରିୟଙ୍କାଙ୍କ ପ୍ରେମିକ ନିକ୍ ଜୋନ୍ସ ପାଖରେ ୨୫ ମିଲିୟନ୍ ଡଲାର୍ ବା ୧୭୧ କୋଟି ଟଙ୍କାର ସଂପତ୍ତି ରହିଛି। ଆଉ ଯଦି ଏହି ଅଙ୍କର ମାତ୍ରାକୁ ମାନାଯାଏ ତ ରୋଜଗାର ମାମଲାରେ ନିକ୍ ପ୍ରିୟଙ୍କାଙ୍କ ଠାରୁ ବେଶ୍ ଆଗରେ ରହିଛନ୍ତି ବୋଲି ଜଣାଯାଇଛି।